Jai Odisha
News

ଡାକ୍ତରଖାନା ନିର୍ମାଣ ପାଇଁ ୪୨୫ କୋଟି ଟଙ୍କା ଦାନ କଲେ ବାଗଚୀ ଦମ୍ପତି

ଭୁବନେଶ୍ବର ,୧୪/୦୨:ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ସଂଗଠନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ବେଙ୍ଗାଲୁରୁରେ ଏକ ହସ୍‌ପିଟାଲ୍‌ ନିର୍ମାଣ ପାଇଁ ୪୨୫ କୋଟି ଟଙ୍କା ଦାନ କରିଛନ୍ତି ।  ବେଙ୍ଗାଲୁରୁସ୍ଥିତ ଦେଶର ପ୍ରସିଦ୍ଧ ବିଜ୍ଞାନ ଓ ଗବେଷଣା ଶିକ୍ଷାନୁଷ୍ଠାନ ଭାରତୀୟ ବିଜ୍ଞାନ ସଂସ୍ଥାନ (ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ) ପରିସରରେ ଏକ ମେଡିକାଲ କଲେଜ ଓ ୮୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ପ୍ରତିଷ୍ଠା ପାଇଁ ବାଗଚୀ ଦମ୍ପତି ଏବଂ ରାଧା ଓ ଏନ.ପାର୍ଥସାରଥୀ ୪୨୫ କୋଟି ଟଙ୍କା ଦାନ କରିଛନ୍ତି । ଏହି ହସପିଟାଲର ନାଁ ହେବ ବାଗଚୀ-ପାର୍ଥସାରଥୀ ହସପିଟାଲ । ଏନ. ପାର୍ଥସାରଥୀ ହେଉଛନ୍ତି ମାଇଣ୍ଡ ଟ୍ରିର ଅନ୍ୟତମ ପ୍ରତିଷ୍ଠାତା ଓ ସୁବ୍ରତ ବାଗଚୀଙ୍କ ପୂର୍ବତନ ସହଯୋଗୀ ।ପୂର୍ବରୁ ଓଡ଼ିଶାରେ କ୍ୟାନସର ହସପିଟାଲ ଓ ପାଲିଏଟିଭ କେୟାର କେନ୍ଦ୍ର ସ୍ଥାପନ ପାଇଁ ସେମାନେ ୩୪୦ କୋଟି ଟଙ୍କା ଦାନ କରିଛନ୍ତି ।

Leave A Reply

Your email address will not be published.