Jai Odisha
News

ଡାବୁଗାଁ ଅବକାରୀ ବିଭାଗର ଚଢାଉ ମହୁଲ ଜବତ,ଜଣେ ଗିରଫ

ନବରଙ୍ଗପୁର ,୨୩।୪:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅବକାରୀ ବିଭାଗର ସିନ୍ଦିକାଗୁଡା ଗ୍ରାମରେ ଲଲନ ଗୁପ୍ତା ଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ଲଲନ ଗୁପ୍ତା ଙ୍କ ଘର ରୁ ୫ କୁଇଣ୍ଟାଲ ୨୦କିଲ ମହୁଲ ଜବତ କରିବା ସହ ଲଲନ ଗୁପ୍ତା ଗିରଫ କରାଯାଇଛି ।ସୂଚନାଯୋଗ୍ୟ -ଡାବୁଗାଁ ବ୍ଲକ ଅଧୀନ ମେଦନା, ପଖନାଗୁଡା,ସମେତ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ। ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୫/୨0୨୩-୨୪ ରେ ଏକ ମାମଲା ରେ ରୁଜୁ କରାଯାଇଛି | ଏହି ଚଢାଉରେ ଅବକାରୀ ବିଭାଗ ଇନଚାର୍ଜ ଗଙ୍ଗା ପାଇକରାୟ ଙ୍କ ନିର୍ଦେଶ କ୍ରମେ ତାଙ୍କ ଟିମ ଛଡାଉ କରିଥିଲେ ଏହି ଛଡାହୁ ସମୟରେ ଉପସ୍ଥିତ ଥିଲେ ଅବକାରୀ ବିଭାଗ ଅଧିକାରୀ ବୁଲୁ ପାତ୍ର ସହ ଉପନିରୀକ୍ଷକ ମାଖନ ହାଲଦାର, କର୍ମଚାରୀ ନାରାୟଣ ମୁଦୁଲି, ଶ୍ରୀକାନ୍ତ ବିଶୋୟୀ ,ସୁରେଖା ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।|

Leave A Reply

Your email address will not be published.