Jai Odisha
News

ଡାବୁଗାଁ ଠାରେ ବିଭିନ୍ନ ବିଦ୍ୟାଳୟରେ ଆଜି ଶିଶୁଦିବସ ପାଳିତ

ନବରଙ୍ଗପୁର ୧୪/୧୧:ଡାବୁଗାଁ ଠାରେ ବିଭିନ୍ନ ବିଦ୍ୟାଳୟରେ ଆଜି ଶିଶୁଦିବସ ପାଳିତ ହେଲା।  ବାପୁଜି ପୁବ୍ଲିକ ସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର ସମେତ ବ୍ଲକର ସମସ୍ତ ବିଦ୍ୟାଳୟରେ ଆଜି ଶିଶୁ ଦିବସ ପାଳିତହେଲା । ପ୍ରତିବର୍ଷ ନଭେମ୍ବର ୧୪କୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ଏହି ଦିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ । ଜବାହାରଲାଲ ନେହେରୁ କୁନିକୁନି ପିଲାମାନଙ୍କୁ ବେଶ ଭଲ ପାଉଥିଲେ । ସେଥ୍ପାଇଁ ସେ ନିଜ ଜନ୍ମଦିନକୁ ଶିଶୁ ଦିବସ ରୂପେ ଘୋଷଣା କରିଥିଲେ ।ଆଜି ଏହି ଅବସରରେ ବିଦ୍ୟାଳୟ ଗୁଡିକରେ ବିଭିନ୍ନ ପ୍ରତିଯୋଗୀତ ହେବ ସହ ଭାଜିଭାତର ମଧ୍ୟ ଆୟଜନ କରାଯାଇଥିଲା ।ଆଜି ଏହି କାର୍ଯ୍ୟକ୍ରମଟି ଶାନ୍ତିଶୃଙ୍ଖଳାର ସହିତ ପାଳିତ ହଇଯାଇଛି ।

Leave A Reply

Your email address will not be published.