Jai Odisha
News

ଡାବୁଗାଁ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର  ,୨୯/୧୦:-ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ ଭୁତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ, ବକୃତା, ସଙ୍ଗୀତ, ସୃଜନ ଲିଖନ, ଶ୍ରୁତଲିଖନ ଓ ହସ୍ତାକ୍ଷର, ମଧ୍ୟାନ୍ନ ଭୋଜନ ଆର୍ଟ ଓ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧକ୍ଷା ବିଣା ମାଝୀ,ଜିଲ୍ଲାପରିଷଦ ସଭ୍ୟ ଗୁପ୍ତ ବିଷୋୟୀ,ବ୍ଲକ ଉପାଧକ୍ଷ ସଦାନନ୍ଦ ନାୟକପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଡାବୁଗାଁ ବ୍ଲକର ସମସ୍ତ ସିଆରସିସି ,୧୨ଗୋଟି ପଞ୍ଚାୟତରୋ ସବୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପ୍ରତିଯିଗୀତରେ ଭାଗନେଇଥିବା ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଏବିଅ ସମରେନ୍ଦ୍ର ଭୁଆଁ ଏବଂ ସିଆରସିସି ମାନେ ପରିଚାଳନା କରିଥିଲେ |

Leave A Reply

Your email address will not be published.