Jai Odisha
News

ଡିସେମ୍ବର ୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ-ରାଜ୍ୟ ନିର୍ବାଚନ ଆୟୋଗ

ଭୁବନେଶ୍ଵର ୮।୧୧: ୨୦୨୧ ମସିହା ନଭେମ୍ବର ୧ ତାରିଖ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ହୋଇଥିବ ସେମାନେ ଯୋଗ୍ୟ ଭୋଟର ଭାବେ ଆବେଦନ କରି ପାରିବେ ।  ଭୋଟର ତାଲିକା ସଂଶୋଧନ କରାଯିବ । ନଭେମ୍ବର ୧୬ରେ ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ ।  କୌଣସି ଦାବି କିମ୍ବା ଆପତ୍ତି ଓ ଅଭିଯୋଗ ଥିଲେ ୨୩ ତାରିଖ ସୁଦ୍ଧା ଇଲେକ୍ଟ୍ରୋରାଲ ରେଜିଷ୍ଟ୍ରାର ଅଫିସ ନିକଟରେ ଦାଖଲ କରିପାରିବେ ।  ୨୪ରୁ ୨୬ ନଭେମ୍ବର ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଏହାର ଫଇସଲା କରିବେ ।  ଚିଠା ଭୋଟର ତାଲିକାକୁ ନେଇ ଯେଉଁମାନେ ଅସନ୍ତୋଷ ପ୍ରକାଶ କରିବେ ସେମାନେ ୨୯ରୁ ୩୦ ନଭେମ୍ବର ମଧ୍ୟରେ ବିଡିଓ ପାଖରେ ଦରଖାସ୍ତ ଆବେଦନ କରିବେ । ଡିସେମ୍ବର ୧ରୁ ୨ ଭିତରେ ବିଡ଼ିଓ ଏହି ଅଭିଯୋଗର ଫଇସଲା କରିବେ । ଡିସେମ୍ବର ୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ୬ ଡିସେମ୍ବର ଚୂଡାନ୍ତ ଭୋଟର ତାଲିକା କମିଶନଙ୍କ ନିକଟରେ ଦାଖଲ ହେବ । ୧୪ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଆସିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।

Leave A Reply

Your email address will not be published.