Jai Odisha
News

ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

ଭୁବନେଶ୍ୱର ,୦୫/୧୧: ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇଛି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଥିବା ବେଳେ, ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବ । ନଭେମ୍ବର ୧୦ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ନଭେମ୍ବର ୧୭ ତାରିଖ​‌ରେ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବାର ତାରିଖର ଶେଷ ଦିନ ରହିଛି । ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୧ ତାରିଖରେ ପ୍ରାର୍ଥୀ ମାନେ ପ୍ରାର୍ଥିପତ୍ର ପତ୍ୟାହର କରିବା ନେଇ ଶେଷ ତାରିଖ ବୋଲି କୁହାଯାଇଛି । ଡିସେମ୍ବର ୫ ତାରିଖରେ ଭୋଟିଂ ଥିବା ବେଳେ, ୮ ତାରିଖରେ ଭୋଟ୍‌ ଗଣତି କରାଯିବ । ଏହା ପରେ ଡିସେମ୍ବର ୫ରେ ହେବ ଭୋଟିଂ ଓ ଡିସେମ୍ବର ୮ ତାରିଖରେ ଆସିବ ଫଳାଫଳ । ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର ।

 

Leave A Reply

Your email address will not be published.