Jai Odisha
News

ଡ୍ରାଇଭର୍‌ଙ୍କ ହୃଦ୍‌ଘାତ ,ବସ୍‌ ସହ ଧକ୍କା ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ,୩୧।୧୨: ଆଜି ପ୍ରତ୍ୟୁଷରେ ଗୁଜରାଟର ନବସାରୀ ଜିଲ୍ଲାରେ ଗୋଟାଏ ବସ୍‌ ଓ ଏସ୍‌ୟୁଭି ପରସ୍ପର ସହିତ ଧକ୍କା ଖାଇବାରୁ ୯ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆଉ ୨୮ଜଣ ଆହତ ହୋଇଥିବା କଥା ପୁଲିସ କହିଛି।ଗୁଜରାଟର ନବସାରୀ ଜିଲ୍ଲାରେ ଆଜି ସକାଳେ ଭୟଙ୍କର ଦୁର୍ଘଟଣା ଘଟିଛି। ବସ୍‌ ଓ ଏସ୍‌ୟୁଭି କାର୍‌ ମଧ୍ୟରେ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୨୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୁରତରୁ ଭାଲ୍‌ସାଦ ଯାଉଥିବା ଏକ ବସ୍‌କୁ ଏକ କାର୍‌ ଧକ୍କା ଦେବାରୁ ଦୁର୍ଘଟଣା ହୋଇଛି | ସୂଚନା ଅନୁସାରେ, ସୁରତରେ ଅନୁଷ୍ଠିତ ‘ପ୍ରମୁଖ ସ୍ବାମୀ ମହାରାଜ ଶତାବ୍ଦୀ ମହୋତ୍ସବ’ କାର୍ଯ୍ୟକ୍ରମରୁ ଲୋକ ନେଇ ଗୋଟାଏ ବସ୍ ଫେରୁଥିଲା। ନବସାରୀ ଜିଲ୍ଲା  ଦେଇ ପଡ଼ିଥିବା ୪୮ ନମ୍ବର ଜାତୀୟ ରାଜପଥରେ ଡ୍ରାଇଭର୍‌ଙ୍କର ହୃଦ୍‌ଘାତ ହେବାରୁ ସେ ବସ୍‌ ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ବସ୍‌ଟି ସେ ରାସ୍ତାରେ ଆସୁଥିବା ଏକ ‘ଟୋୟୋଟା ଫର୍ଚୁନର୍‌’ କାର୍‌ ସହିତ ଧକ୍କା ଖାଇଥିଲା। ଚିକିତ୍ସା ନିମନ୍ତେ ବସ୍‌ ଡ୍ରାଇଭର୍‌ଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଲା ଧକ୍କା ଯୋଗୁଁ କାର୍‌ରେ ଥିବା ୯ଜଣଙ୍କ ମଧ୍ୟରୁ ୮ଜଣଙ୍କର ମୃତ୍ୟୁ ଘଟିଥିବା ବ‌େଳେ ବସ୍‌ଯାତ୍ରୀଙ୍କ ମଧ୍ୟରୁ ୨୮ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୧୧ଜଣଙ୍କୁ ଗୋଟାଏ ଘରୋଇ ଡାକ୍ତରଖାନାକୁ ନିଆଯାଇଛି। ଏହି ବିଳାସମୟ ବସ୍‌ଟି ସୁରତରୁ ବାଲସାଡ଼ ଅଭିମୁଖେ ଯାତ୍ରା କରୁଥିଲା

Leave A Reply

Your email address will not be published.