Jai Odisha
News

ତଦନ୍ତ ପାଇଁ ଗୋବିନ୍ଦ ସାହୁ ଘରେ କ୍ରାଇମବ୍ରାଞ୍ଚ

ଧର୍ମଗଡ,୨୪।୧୨: ହୁଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ସାହୁ । ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଡିସେମ୍ବର ୨୦ ତାରିଖରେ କଣ୍ଟାବାଜି ଜେଲରେ ଆତ୍ମହତ୍ୟା କରିଛି । ଫଳରେ ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି କ୍ରାଇମ ବ୍ରଞ୍ଚ । ପ୍ରଥମେ ସେ କଣ୍ଟାବାଜି ଜେଲର ସିସିଟିଭି ଫୁଟଜ ଚେକ କରିଥିଲେ । ଏହାପରେ ଆଜି ମହାଲିଙ୍ଗ ଆଞ୍ଚଳିକ କଲେଜରୁ ବାହାରି ଗୋବିନ୍ଦସାହୁ ଘରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଏଥିସହିତ କଲେଜର ପୁରୁଣା ରିଜୋଲ୍ୟୁସନ୍ ରେଜିଷ୍ଟର ମଧ୍ୟ ଜବତ କରିଛି । ଗୋବିନ୍ଦସାହୁ ମୃତ୍ୟୁ ଘଟଣାରେ କ୍ରାଇମବ୍ରଞ୍ଚର ତଦନ୍ତ ଅନେକ କିଛି କଥାର ଗୁମର ଖୋଲିବ ବୋଲି ଚର୍ଚ୍ଚା ଜୋର ଧରିଛି ।ଗୋବିନ୍ଦ ସାହୁୂଙ୍କ ଘରେ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌।  ଗୋବିନ୍ଦ ସାହୁ ଆତ୍ମହତ୍ୟାର ତଦନ୍ତ ପାଇଁ  ଆଜି କ୍ରାଇମବ୍ରାଞ୍ଚ  ଟିମ ମହାଲିଙ୍ଗ ମହାବିଦ୍ୟାଳୟ  ସହ  ତାଙ୍କରେ  ପହଞ୍ଚିଛି l କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତ଼ତ୍ବରେ ଏକ ଦଳ ଆସିଛନ୍ତି l କ୍ରାଇମବ୍ରାଚଂ ତଦନ୍ତ ଜାରୀ ରହିଛି l ତଦନ୍ତ ସମୟରେ କଲେଜ ର ସଂପାଦକ କିରଣ କୁମାର ସିଂ ଓ ଇନଚାର୍ଜ ପ୍ରିନସିପାଲ ଜୟଦେବ ମିଶ୍ର ରହିଥିଲେ lମହାଲିଙ୍ଗ କଲେଜରେ ତଦନ୍ତ କରିବା ପରେ ଅଧିକ ତଦନ୍ତ ପାଇଁ ଗୋବିନ୍ଦଙ୍କ ଘରେ ପହଞ୍ଚିଲେ । ଗୋବିନ୍ଦ ସାହୁଙ୍କ ବଡ଼ ଝିଅକୁ ପଚରା ଉଚରା କରୁଛି କ୍ରାଇମବ୍ରାଞ୍ଚ୍  । ବଡ଼ ଝିଅ ଲିପିକା ସାହୁଙ୍କୁ କରାଯାଉଛି ପଚରା ଉଚରା । ଏହା ପୂର୍ବରୁ ଅଧିକ ତଦନ୍ତ ପାଇଁ ମହାଲିଙ୍ଗ କଲେଜରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍‌।   କ୍ରାଇମବ୍ରାଚଂ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତ଼ତ୍ବରେ ଏକ ଦଳ କଲେଜରେ ପହଞ୍ଚି ତଦନ୍ତ କରିଛନ୍ତି l

 

 

Leave A Reply

Your email address will not be published.