Jai Odisha
News

ତୁର୍କୀ, ସିରିୟା ଭୂମିକମ୍ପ,ଭୂକମ୍ପ ମୃତ୍ୟୁସଂଖ୍ୟା ୭୨୬୬

ଜେନେଭା,୮।୨:  ତୁର୍କୀରେ ହୋଇଥିବା ପ୍ରଳୟଙ୍କାରୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏବେଯାଏ ମୃତ୍ୟୁସଂଖ୍ୟା ୭ ହଜାର ପାର୍ ହେଲାଣି । ସବୁଠି ହାହାକାର ସ୍ଥିତି । ଭୂକମ୍ପ ସାଙ୍ଗକୁ ତୁଷାରପାତ ଯୋଗୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ମଙ୍ଗଳବାର ୬,୨୫୬ରେ ପହଞ୍ଚତ୍ଛି। ତୁର୍କୀରେ ୪,୫୪୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସିରିଆରେ ୧,୭୧୨ ଜଣଙ୍କ ଜୀବନ ଯାଇଛି। ୭.୮ ତୀବ୍ରତାର ଭୂକମ୍ପ ଓ ପରେ ପ୍ରାୟ ୨୦୦ ଥର ପଶ୍ଚାତ୍‌ କମ୍ପନ ଯୋଗୁ ହଜାର ହଜାର କୋଠା ଧରାଶାୟୀ ହୋଇଛି। କୋଠାଗୁଡ଼ିକର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ବହୁସଂଖ୍ୟାରେ ମୃତଦେହ ମିଳିବାରେ ଲାଗିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।ଭାରତ ସମେତ ବିଭିନ୍ନ ଦେଶ ତୁର୍କୀ ଓ ସିରିଆକୁ ଉଦ୍ଧାରକାରୀ ଟିମ୍‌ ଓ ସହାୟତା ପଠାଇବାରେ ଲାଗିଛନ୍ତି। ଏବେ ୨୪,୪୦୦ ଜରୁରୀ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭୂକମ୍ପରେ କେବଳ ତୁର୍କୀରେ ପାଖାପାଖି ୬,୦୦୦ ବିଲ୍ଡିଂ ଭୁଶୁଡ଼ିଥିବାବେଳେ ସେହି ଅନୁଯାୟୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ ନୁହେଁ। ଭଗ୍ନାବଶେଷ ତଳେ ରହିଥିବା ଲୋକଙ୍କୁ ଖୋଜି ବାହାର କରିବା ଲାଗି ବିଯୁକ୍ତ ତାପମାତ୍ରା ସତ୍ତ୍ୱେ ଉଦ୍ୟମ ଅବ୍ୟାହତ ରହିଥିବା ତୁର୍କୀ କର୍ତ୍ତୃପକ୍ଷ କହିଛନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳର ଦକ୍ଷିଣପଶ୍ଚିମରେ ଅବସ୍ଥିତ ହାତାୟ ପ୍ରଦେଶରେ ୧,୫୦୦ ବିଲ୍ଡିଂ ଧ୍ୱଂସ ହୋଇଥିବାବେଳେ ଏହା ତଳେ ଅନେକ ଲୋକ ରହିଯାଇଛନ୍ତି। ସେଠାରେ ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ୍‌ କିମ୍ବା ସହାୟତା ପହଞ୍ଚତ୍ ନ ଥିବା ଅଭିଯୋଗ ହୋଇଛି। ଭୂକମ୍ପରେ ଘରଦ୍ୱାର ହରାଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଯୁକ୍ତ ତାପମାତ୍ରାରେ ଅନେକେ ଖୋଲା ଆକାଶ ତଳେ ପଡ଼ିରହିଛନ୍ତିି। ତୁଷାରପାତ ଓ ବର୍ଷା ଯୋଗୁ କେତେକ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।ତୁର୍କୀରେ ବିଭିନ୍ନ ରାଷ୍ଟ୍ରର ଉଦ୍ଧାରକାରୀ ଦଳ ପହଞ୍ଚି ଥିବାବେଳେ ସିରିୟାରେ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଛି। ଏଠାକୁ ବିଦେଶୀ ସହାୟତା ପହଞ୍ଚିବାରେ ବିଳମ୍ବ ହୋଇଛି। ଏପରିସ୍ଥିତିରେ ଜାତିସଂଘ ପକ୍ଷରୁ ସିରିୟାକୁ ସହାୟତା କରିବା ଲାଗି ନିବେଦନ କରାଯାଇଛି। ମାନବିକ ସଂକଟ ସମୟରେ ସହାୟତା ଯୋଗାଇ ଦେବାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ନିବେଦନ କରିଛନ୍ତି।

Leave A Reply

Your email address will not be published.