Jai Odisha
News

ତେଲଙ୍ଗାନାରେ ଓଡ଼ିଆ ଝିଅ ମାଟ୍ରିକ୍‌ ବୋର୍ଡ ପରୀକ୍ଷାରେ ରଖିଲେ ୯୫% ନମ୍ବର

କେନ୍ଦ୍ରାପଡ଼ା, ୦୪/୦୭: କେନ୍ଦ୍ରାପଡ଼ାର ଝିଅ   ତେଲଙ୍ଗାନା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଓଡ଼ିଆ ଝିଅ ସ୍ନେହଲତା ସାହୁ ୯୫ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।   କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅଧୀନ ଜୁଆଣିଆ ଗ୍ରାମର ମନୋଜ ସାହୁ ପେସାରେ ଜଣେ ରୋଷେୟା । ସେ ହାଇଦ୍ରାବାଦର ଏକ ହୋଟେଲରେ କାମ କରନ୍ତି । ସ୍ୱଳ୍ପ ଆୟରେ ଘର ଚଳେ । ପରିବାର କହିଲେ ପତ୍ନୀ ପୁଷ୍ପଲତା, ଝିଅ ସ୍ନେହଲତା ଓ ପୁଅ ସୌଭାଗ୍ୟରଞ୍ଜନ । ଚାରି ପ୍ରାଣୀ କୁଟୁମ୍ବ ୱରଙ୍ଗଲରେ ଘର ଭଡ଼ା ନେଇ ରହିଆସୁଛନ୍ତି । ପିଲାଟିବେଳୁ ସ୍ନେହଲତା ଭଲ ପାଠ ପଢ଼ି ଆସୁଛନ୍ତି । ସେ ସ୍ଥାନୀୟ ହର୍ନାକୋଣ୍ଡାସ୍ଥିତ କ୍ରିଏଟିମ୍‌ ମଡେଲ ହାଇସ୍କୁଲରେ ଅଧ୍ୟୟନ କରୁଛନ୍ତି ।ଏଥିପାଇଁ ସେ ଦୈନିକ ୧୨ରୁ ୧୪ ଘଣ୍ଟା ପରିଶ୍ରମ କରୁଥିଲେ । କେଉଁଠି ପାଠ ବୁଝିବାରେ ଅସୁବିଧା ହେଲେ ସ୍କୁଲ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହଯୋଗ ଲୋଡୁଥିଲେ । ଭବିଷ୍ୟତରେ ସେ ଜଣେ ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ଇଞ୍ଜିନିୟରିଂ ପଢ଼ିବାରେ ପ୍ରତିବନ୍ଧକ ସାଜିଛି ଅର୍ଥାଭାବ ।

Leave A Reply

Your email address will not be published.