Jai Odisha
News

ତେଲୁଗୁ ଅଭିନେତା ଚଲପତି ରାଓଙ୍କ ପରଲୋକ

ନୂଆଦିଲ୍ଲୀ,୨୫।୧୨ : ଲୋକପ୍ରିୟ ତେଲୁଗୁ ଅଭିନେତା ଚଲପତି ରାଓଙ୍କ ପରଲୋକ ଘଟିଛି। ହୃଦଘାତ କାରଣରୁ ରବିବାର ସକାଳେ ୭୮ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ସେ ହୃଦଘାତର ଶିକାର ହୋଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିିଥିଲା। ଏହି ଘଟଣା ପରେ ଅଭିନେତାଙ୍କ ପୁରା ପରିବାର ଗଭୀର ମାନସିକ ଆଘାତ ପାଇଛନ୍ତି। ଏଥିସହ ସିନେଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଖବର ପାଇବା ପରେ ପ୍ରଶଂସକ ତଥା ସାଥୀ କଳାକାରମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଶୋକ ପ୍ରକାଶ କରିଛନ୍ତି। ଅନେକ ସେଲିବ୍ରିଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Leave A Reply

Your email address will not be published.