Jai Odisha
News

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା: ଫେଶନ ଶୋ’ରେ ଢୋକରା, ଟେରାକୋଟା ଏବଂ ଜନଜାତି ଅଳଙ୍କାରର ପ୍ରଦର୍ଶନ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଷଷ୍ଠ ସଂଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ବିକ୍ରମାଦିତ୍ୟ ବାରିକ, ହସ୍ତଶିଳ୍ପ ନିର୍ଦ୍ଦେଶକ, ଶ୍ୟାମଭକ୍ତ ମିଶ୍ର ଏବଂ ରାଜେଶ କୁମାର ଝା, ନିର୍ଦ୍ଦେଶକ, ନିଫଫ ଯୋଗଦେଇ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ସାଂସ୍କୃତିକ ସଂଧ୍ୟାର ଶୁଭାରମ୍ଭ କରିଥିଲେ।

ଆଜି ସନ୍ଧ୍ୟାରେ ଡିଭାଇନ୍‌ ଗ୍ରୁପ ଦ୍ୱାରା ଦଶାବତାର ଉପରେ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ସନ୍ଧ୍ୟାର ପ୍ରମୁଖ ଆକର୍ଷଣ ଭାବରେ ଆଭୂଷଣ ନାମକ ଏକ ଫେଶନ ଶୋ ହସ୍ତଶିଳ୍ପ ନିର୍ଦେଶାଳୟ, ଓଡ଼ିଶା ସରକାର ଏବଂ ନିଫ୍ଟ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ହୋଇଥିଲା। ଏହି ଫ୍ୟାଶନ ଶୋ ରେ ଢୋକରା, ଟେରାକୋଟା ଏବଂ ଜନଜାତି ଅଳଙ୍କାରର ରମଣୀୟତାକୁ ପ୍ରଦର୍ଶନ କରାଯାଇଥିଲା ।

ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଷଷ୍ଠ ସଂଧ୍ୟାରେ ପ୍ରବଳ ଜନସମାଗମ ହୋଇଥିଲା । ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ପାରମ୍ପରିକ ତଥା ଅନ୍ତର୍ଦେଶୀୟ ସୁସ୍ୱାଦୁ ଖାଇବାର ଭରପୂର ମଜା ଉଠାଉଛନ୍ତି । ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.