Jai Odisha
News

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି

1- ପ୍ରେମକୁ ନେଇ ଗଡିଛି ମୁଣ୍ଡ

2- ତ୍ରିକୋଣୀୟ ପ୍ରେମର କରୁଣ ପରିଣତି

3- ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ

4- ପ୍ରେମ ନା ଷଡ଼ଯନ୍ତ୍ର

ରାଜଧାନୀରେ ପୁଣି ହତ୍ୟାକାଣ୍ଡ | ପ୍ରେମକୁ ନେଇ ଗଡିଛି ମୁଣ୍ଡ | ପ୍ରେମିକ ସହ ମିଶି ହତ୍ୟା କଲା ଯୁବକଙ୍କୁ | ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଚମ୍ପା ପୋଖରୀ ନିକଟରେ ଏହି ହତ୍ୟାକାଣ୍ଡ ହୋଇଛି । ତ୍ରୀକୋଣୀୟ ପ୍ରେମର କରୁଣ ପରିଣୀତି | ସୂଚନା ଅନୁସାରେ ମୃତ ଅଞ୍ଜନ ବେହେରା ଜଣେ ସଫ୍ଟ ଡ୍ରିଙ୍କ ପାର୍ଟି ବୟ ଭାବେ କାମ କରୁୁଥିଲେ | ସେ ଭଲ ପାଉଥିଲେ ନିହାରିକାକୁ | ନିହାରିକା ମହର୍ଷି କଲେଜରେ ଅଧ୍ୟୟନ କରୁଥିଲା । କିନ୍ତୁ ଅନ୍ୟପଟେ ଗୌତମ ଓ ପିଙ୍କୁ ମଧ୍ୟ ନିହାରିକାଙ୍କ ପ୍ରେମରେ ପଡିଥିଲେ । କିନ୍ତୁ ନିହାରିକା କେବଳ ପିଙ୍କୁକୁ ଭଲ ପାଉଥିଲା । ତେବେ ଅଞ୍ଜନ ନିହାରିକାକୁ ପ୍ରେମ କରୁଥିବା ଜାଣି ତାଠାରୁ ଦୂରେଇ ରହିବା ପାଇଁ ପ୍ରେମିକାକୁ କହି ଆସୁଥିଲା ପିଙ୍କୁ । ଅନ୍ୟପଟେ ଅଞ୍ଜନର ସାଙ୍ଗ ଗୌତମ ମଧ୍ୟ ନିହାରିକାକୁ ଭଲ ପାଉଥିଲା । ତେବେ ଶୁକ୍ରବାର ଅଞ୍ଜନଙ୍କୁ ଦେଖା କରିବା ବାହାନାରେ ଡାକି ତାଙ୍କୁ ହତ୍ୟା କରାଇଥିଲେ ତାଙ୍କ ପ୍ରେମିକା ଏବଂ ପୁରୁଣା ପ୍ରେମିକ । ରାତି ପ୍ରାୟ ୨ଟା ସମୟରେ ଏଭଳି ଅଘଟଣ ଘଟିଛି । ଅଞ୍ଜନ ଓ ଗୌତମ ପ୍ରାଣ ବିକଳରେ ଦୌଡୁଥିବା ବେଳେ ପିଙ୍କୁ ହାବୁଡରେ ପଡିଯାଇଥିଲେ ଅଞ୍ଜନ । ଫଳରେ ଖଣ୍ଡାରେ ଆକ୍ରମଣ କରି ଅଞ୍ଜନର ଜୀବନ ନେଇଥିଲା ପିଙ୍କୁ । ଗୌତମ ଘଟଣାସ୍ଥଳରୁ ଖସି ଚାଲିଯାଇଥିଲା । ତେବେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ତେବେ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.