Jai Odisha
News

ତ୍ରିପୁରା ବିଧାନସଭା ନିର୍ବାଚନ:ଇସ୍ତାହାର ଜାରି କଲା ବିଜେପି

ଅଗରତାଲା,୯।୨: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଭାଜପା ଘୋଷଣାପତ୍ର ଜାରି କରିଛି। ଭାଜପାର ଜାତୀୟ ସଭାପତି ଜେପି ନଡା ଅଗରତାଲାରେ ଦଳର ଘୋଷଣାପତ୍ର ପ୍ରକାଶ କରିଛନ୍ତି। ଏହି ସମୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ତାଙ୍କ ସହ ଉପସ୍ଥିତ ଥିଲେ।ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ତା’ର ଇସ୍ତାହାର ବା ‘ସଂକଳ୍ପ ପତ୍ର’ । ମୁଖ୍ୟମନ୍ତ୍ରୀ ମାନିକ ଶାହା ଓ ତ୍ରିପୁରାର ଅନ୍ୟ ବିଜେପି ନେତା ତଥା ପ୍ରାଥୀଙ୍କ ଉପସ୍ଥିତିରେ ସଂକଳ୍ପ ପତ୍ରକୁ ଉନ୍ମୋଚନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।ସଂକଳ୍ପ ପତ୍ର କେବଳ ଏକ କାଗଜ ବିଡ଼ା ନୁହେଁ ବରଂ ତ୍ରିପୁରାର ବିକାଶ ପାଇଁ ବିଜେପି କ’ଣ କରିବାକୁ ଯାଉଛି ଏହା ତା’ର ଏକ ରୁପରେଖ ଏବଂ ରାଜ୍ୟର ଲୋକଙ୍କ ପ୍ରତି ଏହା ସଂକଳ୍ପର ଏକ ପ୍ରମାଣପତ୍ର ବୋଲି ଇସ୍ତାହାର ଉନ୍ମୋଚନ ବେଳେ କହିଛନ୍ତି ନଡ୍ଡା ।ଚଳିତ ତ୍ରିପୁରା ବିଧାନସଭା ନିର୍ବାଚନ ଉପଲକ୍ଷେ ବିଜେପି ନିଜ ଇସ୍ତାହାରରେ ଅନେକ ନୂଆ ପ୍ରତିଶ୍ରୁତି ରଖିଛି ଏବଂ ପୁଣି ସରକାର ଗଢ଼ିଲେ ସେସବୁ ପ୍ରତିଶ୍ରୁତି ପୁରଣ କରିବ ବୋଲି ସଂକଳ୍ପ ନେଇଛି । ତ୍ରିପୁରାର ମୋଟ ୬୦ ଟି ଆସନ ମଧ୍ୟରୁ ୫୫ ଟି ଆସନରେ ନିଜର ପ୍ରାର୍ଥୀ ଦେଇଛି ବିଜେପି ଓ ୫ ଟି ମେଣ୍ଟ ଦଳ ପାଇଁ ଛାଡ଼ିଦେଇଛି । ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ ଭୋଟଗ୍ରହଣ ।

Leave A Reply

Your email address will not be published.