Jai Odisha
News

ତ୍ରିରଙ୍ଗା ରଙ୍ଗରେ ଝଲସୁଛି କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ ୧୫/୦୮: ସାରା ଦେଶ ସ୍ୱାଧିନତାର ୭୬ ବର୍ଷ ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ପାଳନ ହେଉଛି । ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସଜେଇ ହୋଇଛି କୋଣାର୍କ ସୂର୍ଯ୍ୟ ମନ୍ଦିର। ଭାରତ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା କୋଣାର୍କ ମନ୍ଦିରକୁ ତ୍ରିରଙ୍ଗା ରଙ୍ଗର ଆଲୋକମାଳାରେ ରଙ୍ଗାୟିତ କରାଯାଇଛି।   ଏହି   ଦୃଶ୍ୟ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।ଏହି ଅବସରରେ ଭାରତ ପ୍ରତ୍ନତତ୍ୱ ବିଭଗ ଦ୍ୱାରା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଅଗଷ୍ଟ ୧ ତାରିଖରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରବେଶ ଶୁକ୍ଳ ଛାଡ଼ କରଯାଇଛି । ସେହିପରି କୋଣାର୍କ ସୂର୍ଯ୍ୟରେ ମଧ୍ୟ୍ୟ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ସ୍ୱାଧିନତାର ୭୬ ବର୍ଷ ଉପଲକ୍ଷେ ବ୍ଲାକ ପାଗୋଡାକୁ ଗତ ସନ୍ଧ୍ୟାରେ ଆଲୋକ ଦ୍ୱାରା ତ୍ରିରଙ୍ଗା ରଙ୍ଗ ଆଲୋକରେ ରଙ୍ଗାୟିତ କରାଯାଇଛି ।

Leave A Reply

Your email address will not be published.