Jai Odisha
News

ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୩୪ ରନ ଟାର୍ଗେଟ୍

ପର୍ଥ,୩୦/୧୦:  ଟି -୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତାର ତୃତୀୟ ମ୍ୟାଚ୍‌ରେ ପ୍ର‌ଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦୁଇଟି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳ କ୍ରମାଗତ ତୃତୀୟ ବିଜୟ ହାସଲ କରିବାକୁ ଚେଷ୍ଟା କରିଥିଲେ ବି ପ୍ରଥମରୁ ବ୍ୟାଟିଂ ବିପର୍ଯୟର ସାମ୍ନା କରିବାକୁ ପଡ଼ିଥିଲା। ସେପଟେ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ଏହି ମ୍ୟାଚ୍ ଜିତି ସେମିଫାଇନାଲର ବାଟକୁ ସହଜ କରିବାକୁ ଚେଷ୍ଟା କରିଛି। ଭାରତ ଆଜି ମୁକାବିଲାରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଚଳିତ ଟି-୨୦ ବିଶ୍ଵ କପ୍‌ରେ ଅପରାଜେୟ ଥିଲା । କିନ୍ତୁ ଆଜିର ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।  ଭାରତ ନିଜର ବ୍ୟାଟିଂର ଆରମ୍ଭ ମେଡେନ ଓଭରରୁ କରିଥିଲା। ଏହା ପରେ ଭଲ ଲୟରେ ଥିବା ରୋହିତ ଶର୍ମା(୧୫) ରନ କରି ପ୍ରଥମ ବ୍ୟାସମ୍ୟାନ ଭାବେ ପାଭିଲିୟନ ଫେରିଥିଲେ। ଲୋକେଶ ରାହୁଲ(୯)  ପୁଣି ଥରେ ନିରାଶ କରିଥିଲେ। ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଚମତ୍କାର ଫର୍ମରେ ଥିବା ବିରାଟ କୋହଲି ୧୨ ରନ କରି ବିଦାୟ ନେବା ଦଳକୁ ବହୁତ ବଡ  ଝଟକା ଦେଇଥିଲା। ପ୍ରଥମ ଟି-୨୦ ବିଶ୍ଵ କପ୍ ଖେଳୁଥିବା ଦୀପକ ହୁଡ୍ଡା ଖାତା  ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୨) ବି କ୍ରିଜରେ ତିଷ୍ଠି ପାରିନଥିଲେ। ଲୁଙ୍ଗି ଏନଗିଡି ଘାତକ ବୋଲିଂ କରି ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ତେବେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ନିଜର ଇନିଂସକୁ ସମ୍ଭାଳି ପାରିଛି । ଏକଦା ୫ ଓ୍ଵିକେଟ୍ ହରାଇ ୪୯ ରନ କରିଥିବା ଭାରତ ସୂର୍ଯ୍ୟଙ୍କ ୬୮ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରି ପାରିଛି । ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୩୪ ରନର ବିଜୟ ଲକ୍ଷ୍ୟ ରହିଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ୨୯ ରନ ଦେଇ ୪ଟି ସଫଳତା ପାଇଥିବା ବେଳେ ପାର୍ଣ୍ଣେଲ ୩ଟି ଓ୍ଵିକେଟ୍ ନେଇଛନ୍ତି। ଭାରତ ଅନ୍ୟ ବ୍ୟାଟସମ୍ୟାନ ନିରାଶ କରିଛନ୍ତି।

 

Leave A Reply

Your email address will not be published.