Jai Odisha
News

ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ତିଆରି କଲେ ‘କୃତ୍ରିମ ସୂର୍ଯ୍ୟ’

ନୂଆଦିଲ୍ଲୀ ୧୩/ ୦୯: ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ତିଆରି କଲେ ‘କୃତ୍ରିମ ସୂର୍ଯ୍ୟ’ |ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଏକ ଆର୍ଟିଫିସିଆଲ୍‌ ସନ୍‌ ବା ‘କୃତ୍ରିମ ସୂର୍ଯ୍ୟ’ ଉଦ୍ଭାବନ କରିଛନ୍ତି । ସିଓଲ୍‌ ଜାତୀୟ ବିଶ୍ବବିଦ୍ୟାଳୟ ଏବଂ କୋରିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟୁଜନ୍ ଏନର୍ଜିର ମିଳିତ ଉଦ୍ୟମରେ ତାହା ସଫଳ ହୋଇଛି । ବୈଜ୍ଞାନିକଙ୍କ ଦ୍ବାରା ଉଦ୍ଭାବନ ହୋଇଥିବା କୃତ୍ରିମ ସୂର୍ଯ୍ୟ ୩୦ ସେକେଣ୍ଡ ପାଇଁ ୧୦୦ ମିଲିୟନ ଡିଗ୍ରୀ ଯାଏଁ ପହଞ୍ଚିପାରିବ। ଯେତେବେଳେ କି ସୂର୍ଯ୍ୟଙ୍କ ତାପମାନ ୧୫ ମିଲିୟନ ଡିଗ୍ରୀ ରହିଥାଏ । ସୂଚନାଯୋଗ୍ୟ ଯେ, ଆଣବିକ ଶକ୍ତିର ଉତ୍ସ ହେଉଛି ନ୍ୟୁକ୍ଲିୟର ଫ୍ୟୁଜନ୍ ବା ଆଣବିକ ଗ୍ୟାସ୍ ଯାହାକି ସୂର୍ଯ୍ୟଙ୍କୁ ଖୁବ ଶକ୍ତିଶାଳୀ କରିଛି । ଏହି ଗ୍ୟାସ୍‌ ଦ୍ବାରା ପରମାଣୁ ନାଭିକ ଏକତ୍ରିତ ହୋଇ ସୂର୍ଯ୍ୟଙ୍କ ମଧ୍ୟରେ ବ୍ୟାପକ ପରମାଣୁ ଶକ୍ତି ଉତ୍ପନ୍ନ କରିଥାନ୍ତି । ଯାହାକି ଆଣବିକ ଅସ୍ତ୍ରଶସ୍ତ୍ର ଏବଂ ପରମାଣୁ ପ୍ଲାଣ୍ଟଗୁଡିକରେ ବ୍ୟବହାର ହେଉଥିବା ପ୍ରକ୍ରିୟାର ବିପରୀତ। ଯାହାକି ସ୍ବଚ୍ଛ ଆଣବିକ ଶକ୍ତି ପ୍ରଦାନ କ୍ଷେତ୍ରରେ ବେଶ୍‌ ସହାୟକ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି । କୋରିଆ ସୁପରକଣ୍ଡକ୍ଟିଂ ଟୋକାମାକ୍‌ ଆଡଭାନ୍ସଡ୍‌ ରିସର୍ଚ୍ଚ (KSTAR)ରେ ଏହି କୃତ୍ରିମ ସୂର୍ଯ୍ୟ ତିଆରି କରିଛନ୍ତି ବୈଜ୍ଞାନିକ।  ସାଉଥ୍‌ କୋରିଆ ତିଆରି କରିଥିବା କୃତ୍ରିମ ସୂର୍ଯ୍ୟ ବିପୁଳ ପରିମାଣର ଶକ୍ତି ପ୍ରଦାନ କରିବ ବୋଲି ବୈଜ୍ଞାନିକମାନେ ଆଶାବାଦୀ ରହିଛନ୍ତି । ଯାହା ଫଳରେ ଶକ୍ତି ସମସ୍ୟା ଦୂର ହୋଇପାରିବ । କୋରିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟୁଜନ୍‌ ଏନର୍ଜି ସଭାପତି ୟୋ ସୁକ୍-ଜାଏ କହିଛନ୍ତି, ‘ଫ୍ୟୁଜନ୍‌ ଏନର୍ଜି (ସୂର୍ଯ୍ୟଙ୍କ ଠାରୁ ଉତ୍ପନ୍ନ ହେଉଥିବା ଗ୍ୟାସ୍) ହେଉଛି ଅସରନ୍ତି ଭଣ୍ଡାର । ଏହାକୁ ଯେତେ ମାତ୍ରାରେ ବ୍ୟବହାର କରିଲେ ମଧ୍ୟ ତାହା ଶେଷ ହେବ ନାହିଁ ଏବଂ ନିର୍ଗମନର ଆଶଙ୍କା ମଧ୍ୟ କମ । ଏହା ସହିତ ଅଧିକ ପରିମାଣର ନଷ୍ଟ ମଧ୍ୟ ହେବ ନାହିଁ’।

 

Leave A Reply

Your email address will not be published.