Jai Odisha
News

ଦାବି ପୂରଣ ନହେଲେ ଫେବୃଆରୀ ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର

ଭୁବନେଶ୍ବର,୧୧।୧ :ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର। ଫେବୃଆରୀ ୧ରୁ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି। ପ୍ରେସ୍‌ମିଟ୍ ଜରିଆରେ ଓମ୍‌ସା ଏହି ଆନ୍ଦୋଳନ ଚେତାବନୀ ଦେଇଛି।କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ଅବସର ବୟସ ବୃଦ୍ଧି, ଆଡହକ୍ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଆଦି ଦାବି ପୂରଣ କରିବା ପାଇଁ ସେମାନେ ଦାବି କରିଛନ୍ତି  ତାହାଛଡ଼ା ଆଡହକ୍‌ ଡାକ୍ତରଙ୍କୁ ସ୍ଥାୟୀ କରିବା ଭଳି ଏକାଧିକ ଦାବି ରଖିଛି ଓମ୍‌ସା । ଯଦି ଏସମସ୍ତ ଦାବି ଦାବି ପୂରଣ ନହୁଏ ତା’ହେଲେ ଆସନ୍ତା ଫେବୃଆରୀ ୧ରୁ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି

Leave A Reply

Your email address will not be published.