Jai Odisha
News

ଦାରୁଠେଙ୍ଗ ଡମ୍ପିଂୟାର୍ଡ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ଭୁବନେଶ୍ଵର, ୩୦/୧୦ : ଡମ୍ପିଂ ୟାର୍ଡକୁ ଅଳିଆ ପକାଇବାକୁ ଯାଉଥିବା ଏକ ଗାଡ଼ି ସାଇକେଲ ଆରୋହୀଙ୍କୁ ଧକ୍କା ଦେବାକୁ ତାଙ୍କର ମୃତ୍ୟୁ ହୋଇଛି। ଦାରୁଠେଙ୍ଗ ଡମ୍ପିଂୟାର୍ଡ ନିକଟରେ ବିଏମସିର ଅଳିଆ ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା। ଉତ୍ତ୍ୟକ୍ତ ଲୋକେ କଟକ-ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା। ମୃତକଙ୍କ ପରିବାରର ଜଣଙ୍କୁ BMCରେ ଠିକା ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେବା ପରେ ହଟିଲା ଧାରଣା। ରବିବାର ସକାଳେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ନିକଟରେ ବିଏମ୍‌ସିର ଏକ ଅଳିଆ ବୁହା ଗାଡି ଧକ୍କାରେ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ପରିବାରର ଜଣଙ୍କୁ ବିଏମସିରେ ଚାକିରୀ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ତେବେ ଘଟଣାସ୍ଥଳରେ ମେୟର ସୁଲୋଚନା ଦାସ ଏବଂ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ପରିବାରର ଜଣଙ୍କୁ BMCରେ ଠିକା ନିଯୁକ୍ତି ପ୍ରତିଶ୍ରୁତି ଦେବା ପରେ ଏବେ ଧାରଣା ହଟିଛି। ସେହିପରି ଗ୍ରାମବାସୀଙ୍କ ଦାବି ମଧ୍ୟରୁ ୨ଟି ଦାବି ପୂରଣ ନେଇ ମେୟର ପ୍ରତିଶୃତି ଦେଇଛନ୍ତି। ଦାରୁଠେଙ୍ଗରେ ପୁନର୍ବାର ଅଳିଆ ନପକାଇବାକୁ ଗ୍ରାମବାସୀ ଦାବି ରଖିଥିଲେ। ଏବେ ଅସ୍ଥାୟୀ ଭାବେ ଦାରୁଠେଙ୍ଗ ଡମ୍ପିଂ ୟାର୍ଡ ବନ୍ଦ ରହିବ। ଡମ୍ପିଂ ୟାର୍ଡରେ ଅଳିଆ ନପକାଇବା ଦାବି ଉପରେ ଉଭୟ ଗ୍ରାମବାସୀ ଓ ବିଏମସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହେବ। ଗ୍ରାମକୁ ମୋ ବସ ଚାଲିବା ନେଇ ବିଏମସି କମିଶନର ଘୋଷଣା କରିଛନ୍ତି। ଏଥିସହ ଦୁର୍ଘଟଣାସ୍ଥଳରେ ହମ୍ପସ୍ ନିର୍ମାଣ ହେବ। ଏହି ରାସ୍ତାରେ ଏଲଇଡି ଲାଇଟ୍ ଲାଗିବ ବୋଲି ମେୟର କହିଛନ୍ତି।

Leave A Reply

Your email address will not be published.