Jai Odisha
News

ଦିଦିଙ୍କୁ ଭାରି ପଡୁଛି କେନ୍ଦ୍ର ବିରୋଧୀ ମେଣ୍ଟ ଯୋଜନା

TMC ନେତାଙ୍କୁ ଘାରିଛି CBI ଓ ED ଭୟ।

ନୂଆଦିଲ୍ଲୀ,୯।୯: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ୨୦୨୧ ରେ ପୁଣି ଥରେ ବିଜୟୀ ହୋଇ ସରକାର ଗଢିଛନ୍ତି ସତ, ହେଲେ ତାଙ୍କ ପାଇଁ ଏଥର ପଥ ହୋଇନି ଏତେ ସହଜ। ମମତାଙ୍କ ଉପରେ ରାଗ ସୁଝାଉଛି କେନ୍ଦ୍ର। CBI ଓ ED ସାହାଯ୍ୟରେ ଦିଦିଙ୍କୁ ଘେରିବାକୁ ଚେଷ୍ଟା କରୁଛି ବିରୋଧୀ। ୨୦୧୯ରେ ମହାମେଣ୍ଟ କରି କେନ୍ଦ୍ରରୁ ବିଜେପି ହଟେଇବା ଯୋଜନା ଭାରି ପଡିଛି ଦିଦିଙ୍କ ଉପରେ। କେହି କେହି କହୁଛନ୍ତି ରାଜ୍ୟରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଓ ଏକାଧିକ ବିଜେପି ନେତାଙ୍କ ହତ୍ୟାର ମୂଲ୍ୟ ଦେଉଛନ୍ତି ଦିଦି। ଗୋଟିଏ ପରେ ଗୋଟେ ନେତା ପଡ଼ୁଛନ୍ତି CBI ଓ ED ଜାଲରେ। TMC ନେତାଙ୍କୁ ଘାରିଛି CBI ଓ ED ଭୟ। ଅନେକ କହୁଛନ୍ତି TMC ନେତାଙ୍କୁ CBI ଓ ED ଭୟ ଦେଖାଇ ଦଳକୁ ଦୁର୍ବଳ କରିବା ସହ ବଙ୍ଗ ଦାଖଲ ପାଇଁ ଯୋଜନା କରୁଛି ଗେରୁଆ ବାହିନୀ। ଗତ ଦେଢ଼ମାସ ଭିତରେ ଏକାଧିକ ମନ୍ତ୍ରୀ ଓ ଦିଦିଙ୍କ ସହଯୋଗୀଙ୍କୁ ସ୍କାନରକୁ ନେଇଛି ସିବିଆଇ। ଏଥିରୁ ବାଦ ପଡ଼ି ନାହାନ୍ତି ପଶ୍ଚିମ ବଙ୍ଗ ଆଇନ ମନ୍ତ୍ରୀ ମଧ୍ୟ। ବିଭିନ୍ନ ନୂଆ ପୁରୁଣା ମାମଲା ଉଖୁରେଇ ଚଢାଉ କରୁଛି CBI ଓ ED । ତଦନ୍ତକାରୀ ଟିମ୍ ଫାସରୁ ବାଦ ପଡ଼ି ନାହାନ୍ତି ଦିଦିଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ।
୨୦୧୯ ମସିହାରେ ଦିଦି କେନ୍ଦ୍ରରୁ ବିଜେପି ସରକାର ହାଟେଇବାକୁ ବିରୋଧୀଙ୍କୁ ଏକାଠି କରିଥିଲେ ହେଲେ କାମ ଦେଇ ନଥିଲା ଦିଦିଙ୍କ ଯୋଜନା, ପୁଣିଥରେ ଶାସନକୁ ଫେରୁଥିଲା ବିଜେପି। ହେଲେ ସିବିଆଇ ସ୍କାନରକୁ ଆସିଥଲେ ଦିଦି, ସେହିବର୍ଷ ସାରଦା ଚିଟଫଂଡ ଠକେଇ ମାମଲାରେ ପ୍ରଥମେ ଖୋଳତାଡ ଆରମ୍ଭ କରିଥିଲା CBI। ଏବଂ ସେତେବେଳର ପୋଲିସ କମିସନର ରାଜୀବ କୁମାରଙ୍କ ଘରେ ଚଢ଼ାଉ ସହ ତାଙ୍କୁ ଗିରଫ ପାଇଁ ଦାନ ବାନ୍ଧିଥିଲା, ଯାହାକୁ ନେଇ ୭୦ ଘଣ୍ଟା ଧାରଣା ରେ ବସିଥିଲେ ନିଜେ ଦିଦି। ଏହାପରେ ନାରଦା ସ୍କାମ, ଗୋରୁ ଚାଲାଣ, ଶିକ୍ଷକ ନିଯୁକ୍ତି କୋଇଲା ଦୁର୍ନୀତି ଆଦି ମାମଲାର ଖୋଳତାଡ ଆରମ୍ଭ କରିଥିଲା CBI। CBI ସହ ଯୋଡ଼ି ହୋଇଥିଲା ED। ଏହି ଦୁଇଟି ଅନୁସନ୍ଧାନ କରି ସଂସ୍ଥା ଗତ କିଛି ମାସ ଭିତରେ ପଶ୍ଚିମ ବଙ୍ଗର ଏକାଧିକ ଟାଣୁଆ ନେତା, ବିଧାୟକ, ମନ୍ତ୍ରୀଙ୍କ ଘରେ ଚଢ଼ାଉ ସହ ଅନେକଙ୍କୁ ଗିରଫ କରିଛି। ଯେଉଁଥିରେ ଅଛନ୍ତି ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ, ଦିଦିଙ୍କ ନିକଟତମ ଅନୁବ୍ରତ ମଣ୍ଡଳ ପ୍ରମୁଖ। ତେବେ ଦିଦି ଅଭିଯୋଗ ଆଣିଛନ୍ତି ଯେ କେନ୍ଦ୍ରୀୟ ତଦନ୍ତ କରି ସଂସ୍ଥାକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ବ୍ୟବହାର କରାଯାଉଛି। CBI ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ ବହୁଥର ଯୁକ୍ତି ବାଢ଼ିଛନ୍ତି। ତେବେ ଦିଦିଙ୍କ ଯୁକ୍ତି ମିଛ ବୋଲି କୁହାଯାଇ ନପାରେ। କେବଳ ପଶ୍ଚିମ ବଙ୍ଗରେ ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ବିଭିନ୍ନ ପ୍ରକାର ଘୋଟଲା ହେଉଛି, ମନ୍ତ୍ରୀମାନେ ଅନେକ ଦୁର୍ନୀତିରେ ସାମିଲ ରହୁଛନ୍ତି। ୫ ବର୍ଷରେ ସେମାନଙ୍କ ସମ୍ପତି ୧୦୦ ଗୁଣ ବଢୁଛି, ତେବେ କାହିଁକି ସେଠାରେ ପଶ୍ଚିମ ବଙ୍ଗ ଭଳି ଚଢାଉ ହେଉନି। ଏହାପଛରେ ଏକ କାରଣ ସେଠାରେ ଶାସନାଧୀନ ସରକା କେନ୍ଦ୍ରୀୟ ଦଳର ନଚେତ୍ କେନ୍ଦ୍ରକୁ ବିଭିନ୍ନ କାର୍ଯ୍ୟରେ ସମର୍ଥନ କରୁଥିବାର ଦେଖା ଦେଉଛି। ଓଡ଼ିଶା ଆନ୍ଧ୍ର ପରି ଅନେକ ରାଜ୍ୟରେ ଆଞ୍ଚଳିକ ଦଳ ଶାସନ କରୁଥିଲେ ମଧ୍ୟ କେନ୍ଦ୍ରକୁ ସମର୍ଥନ କରି ବଞ୍ଚି ଯାଉଛନ୍ତି। ଅନ୍ୟ ରାଜ୍ୟର ସରକାର ସିଧସଳଖ କେନ୍ଦ୍ରକୁ ବିରୋଧ କରିବାକୁ ସାହାସ କରୁ ନାହାନ୍ତି। କେନ୍ଦ୍ର ବିରୋଧରେ ମୁହଁ ଖୋଲି ଫସିଛନ୍ତି ମମତା। CBI ଓ ED ଚଢ଼ାଉରେ ଅତିଷ୍ଠ ହେଲେଣି। କହିଲେଣି ରାଜନୀତି କୁ ଆସି ଭୁଲ ହୋଇଗଲା। ତେବେ କେବଳ ଦିଦି ନୁହେଁ ଯିଏ କେନ୍ଦ୍ର ବିରୋଧରେ ଯିବ ତାକୁ CBI ଓ EDର ଚାବୁକ ପଡ଼ିବ ଏହାର ପ୍ରମାଣ ବାରମ୍ବାର ଦେଖିବାକୁ ମିଳୁଛି। ଏବେ ଦିଲ୍ଲୀ ସରକାରଙ୍କ ବିରୋଧରେ ଲାଗିଛି କେନ୍ଦ୍ର ସରକାରଙ୍କ ପୋଷା ସୁଆ କୁହାଯାଉଥିବା CBI। ଦିଲ୍ଲୀର ଉପ ମୁଖ୍ୟ ମନ୍ତ୍ରୀଙ୍କ ସମେତ ଅନେକ ଆପ ବିଧାୟକଙ୍କ ଘରେ ହୋଇଛି ଚଢାଉ। ତେବେ ଏହା ରାଜନୀତିର କୂଟନୀତି ବୋଲି ମତ ଦେଉଛନ୍ତି ଲୋକେ।

Leave A Reply

Your email address will not be published.