Jai Odisha
News

ଦିନକରେ ହେଲା ୭୫ଟି ମାମଲାର ରାୟ ପ୍ରକାଶ : ଓଡିଶା ହାଇକୋର୍ଟ

କଟକ ,୨୫ା୭: ଓଡିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ପାଳନକୁ ଅବିସ୍ମରଣୀୟ କରିବାକୁ ଗୋଟିଏ ଖଣ୍ଡପୀଠରେ ହୋଇଛି ୭୫ ମାମଲାର ରାୟ ପ୍ରକାଶ। ଜଷ୍ଟିସ ଦେବବ୍ରତ ଦାସ ଏବଂ ଜଷ୍ଟିସ ଏସ. କେ. ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ୭୫ଟି ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟା ଅପରାଧରେ ବିଭିନ୍ନ ସେସନ୍ସ କୋର୍ଟଙ୍କ ଦ୍ୱାରା ଆଜୀବନ କାରାଦଣ୍ଡାଦେଶ ପାଇଥିବା ୭୫ଟି କ୍ରିମିନାଲ ଅପିଲର ରାୟ ପ୍ରକାଶ କରାଯାଇଛି।ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ଯୋଡ଼ି ହୋଇଛି ଆଉ ଏକ ଇତିହାସର ଗରିମାମୟ ଫର୍ଦ। ୭୫ ବର୍ଷ ପୂର୍ତ୍ତି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯୋଗଦାନର ଅବ୍ୟବହିତ ପୂର୍ବରୁ ଗୋଟିଏ ଦିନରେ ୭୫ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବା ଭାରତର ନ୍ୟାୟିକ ଇତିହାସକୁ ଗୌରବାନ୍ବିତ କରିଛି। ଉଚ୍ଚନ୍ୟାୟାଳୟର ସମସ୍ତ ଐତିହାସିକ କୃତିତ୍ବ ସହ ବର୍ତ୍ତମାନର ଏହି ୭୫ ଫୌଜଦାରୀ ମାମଲାର ରାୟ ଗତ ୭ ଦଶକ ତୁଳନାରେ ନ୍ୟାୟିକ ବ୍ୟବସ୍ଥାର ଅଗ୍ରଗତିକୁ ପ୍ରମାଣିତ କରିଛି। ବିଚାରପତି ଦେବବ୍ରତ ଦାଶ ଓ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ସୋମବାର ୭୫ଟି ଫୌଜଦାରୀ ମାମଲାର ରାୟ ପ୍ରକାଶ କରିଛନ୍ତି। ଏହା ଦେଶର ସାମ୍ବିଧାନିକ ତଥା ଆଇନ ବ୍ୟବସ୍ଥାକୁ ସୁଦୃଢ଼ କରିପାରିଛି। ଏହି ଫୌଜଦାରୀ ମାମଲାଗୁଡ଼ିକ ଗତ ୭ ବର୍ଷ ବା ତଦୂର୍ଦ୍ଧ୍ବ ସମୟ ଧରି ଉଚ୍ଚନ୍ୟାୟାଳୟରେ ବିଚାରାଧୀନ ଥିଲା। ସମସ୍ତ ମାମଲା ରାଜ୍ୟର ଜିଲା ଅଦାଲତଙ୍କ ରାୟକୁ ବିରୋଧ କରି ଉଚ୍ଚନ୍ୟାୟାଳୟରେ ବିଚାର ପାଇଁ ପଡ଼ି ରହିଥିଲା। ସମସ୍ତ ମାମଲା ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୨ (ହତ୍ୟା) ମାମଲା ଥିଲା। ୨୦୨୩ ଜୁନ୍‌ ୨୧ରୁ ଏହି ମାମଲାଗୁଡ଼ିକର ଶୁଣାଣି ଚାଲିଥିଲା। ବିଶେଷ କରି ଊଚ୍ଚ ନ୍ୟାୟାଳୟର ୭୫ ବର୍ଷ ପୂର୍ତ୍ତିର ଯାତ୍ରାରେ ଯୋଗଦେଉଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏହା ଏକ ଯଥା ଯୋଗ୍ୟ ସମ୍ମାନ ହୋଇପାରିଛି।

Leave A Reply

Your email address will not be published.