Jai Odisha
News

ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ

ଭୁବନେଶ୍ବର,୧୮।୯: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହକି ଆସୋସିଏସନ ଅଫ ଓଡ଼ିଶାର ସଭାପତି ପଦରେ ଥାଇ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।   କ୍ରୀଡାକୁ ଏକ ନୂଆ ଉଚ୍ଚତାକୁ ଆଣିବା ତାଙ୍କର ଉଦ୍ଦେଶ୍ୟ ବୋଲି ନାମାଙ୍କନପତ୍ର ଦାଖଲ କରିବା ପରେ ର୍ତିକି କହିଛନ୍ତି। ସମସ୍ତଙ୍କ ଆଶୀର୍ବାଦ ସହିତ ହକି ଇଣ୍ଡିଆ ସଭାପତି ପଦ ପାଇଁ ମୋର ନାମାଙ୍କନପତ୍ର ଦାଖଲ କରିଛି। ମୁଁ ଭାରତୀୟ ହକିକୁ ନୂତନ ଉଚ୍ଚତାକୁ ନେବାକୁ ପ୍ରତିଶ୍ରୁତିବଦ୍ଧ” ବୋଲି ର୍ତିକି ଟୁଇଟ କରିଅକ୍ଟୋବର ୧ ତାରିଖରେ ହକି ଇଣ୍ଡିଆ ସଭାପତି ପଦ ପାଇଁ ନିର୍ବାଚନ ହେବ। ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ଦିଲୀପ ତିର୍କୀ ଟ୍ବିଟ କରି ସୂଚନା ଦେଇଛନ୍ତି। ଅକ୍ଟୋବର ୯ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ଅଛି।

Leave A Reply

Your email address will not be published.