Jai Odisha
News

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇ ଆର୍ଲଟ

ନୂଆଦିଲ୍ଲୀ,୧୩।୮: ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇ ଆର୍ଲଟ |ଲାଲ୍‌ କିଲ୍ଲା ଉପରେ ୧୫ ଅଗଷ୍ଟରେ ହେବାକୁ ଥିବା ସ୍ବାଧୀନତା ଦିବସ କାର୍ଯ୍ୟକ୍ରମକୁ ନେଇ ଗୁଇନ୍ଦା ଏଜେନ୍ସି ସତର୍କ ରହିଛି। ଏଜେନ୍ସିର ଇନପୁଟ୍‌ ଅନୁସାରେ, ପାକିସ୍ତାନ ସୀମା ରାସ୍ତାରେ ପଞ୍ଜାବ ଦେଇ ଡ୍ରୋନ୍‌ ଜରିଆରେ ଅନେକ ଗୁଡିଏ ଆଇଇଡି ଭାରତର ଅଲଗା ଅଲଗା ସହରରେ ପହଁଞ୍ଚାଇ ସାରିଛି। ଗତ କିଛି ଦିନ ହେବ ପଞ୍ଜାବ ଓ ଅଲଗା ଅଲଗା ରାଜ୍ୟରେ ଗିରଫ ହୋଇଥିବା ଆତଙ୍କବାଦୀମାନେ ପଚରାଉଚରା ବେଳେ କହିଥିଲେ, ଡ୍ରୋନ୍ ଜରିଆରେ ଅନେକ ଗୁଡିଏ ଆଇଇଡି ଭାରତକୁ ପଠାଯାଇ ସାରିଛି। ଗୁଇନ୍ଦା ଏଜେନ୍ସି ସତର୍କ ସୂଚନା ଜାରି କରି ସୁରକ୍ଷା ଏଜେନ୍ସିକୁ କହିଛି ଯେ, ପାକିସ୍ତାନରୁ ଡ୍ରୋନ୍ ଜରିଆରେ ଘାତ ହତିଆର, ଯେଉଁଥିରେ ପିସ୍ତଲ, ହାଣ୍ଡ ଗ୍ରେନେଡ୍‌ ଓ ଏକେ୪୭ ଭଳି ଅସ୍ତ୍ର ଭାରତକୁ ପଠାଯାଇ ସାରିଛି। କିଛି ଅସ୍ତ୍ରକୁ ବିଏସ୍‌ଏଫ୍‌ ଜବତ କରିଥିଲା, କିନ୍ତୁ ଏହାପରେ ମଧ୍ୟ ଅନେକ ହତିଆର ଭାରତରୁ ପଠାଯାଇ ସାରିଛି। ଗୁଇନ୍ଦା ଏଜେନ୍ସି ସତର୍କ ସୂଚନା ଜାରି କରି କହିଛି, ୧୫ ଅଗଷ୍ଟ ଦିନ ଦେଶର ବହୁ ସ୍ଥାନରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି। ଏହି ଆକ୍ରମଣ କୌଣସି ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ର ଓ ବଡ ବାହାନ ନେଇ ଲୋକଙ୍କ ଉପରେ ଆକ୍ରମଣ କରିପାରେ। ଆତଙ୍କବାଦୀମାନେ ଲାଲ୍‌ କିଲ୍ଲା ଉପରେ ଆକ୍ରମଣ କରିବା ପାଇଁ କୌଣସି ଉଡନ୍ତା ବସ୍ତୁର ବ୍ୟବହାର କରିପାରନ୍ତି। ଏଥିପାଇଁ ଲାଲ କିଲା ଆଖପାଖ ଅଞ୍ଚଳରେ ସମ୍ପୂର୍ଣ୍ଣ ଭାବରେ ଗୁଡି ବ୍ୟାନ୍ କରିଦିଆଯାଇଛି।  ଗୁଇନ୍ଦା ସୂଚନା ଅନୁସାରେ, ଏସ୍‌ଏଫ୍‌ଜେ, ଜୈଶ-ଇ-ମହମ୍ମଦ, ଆଇଏସଆଇଏସ୍‌ ଖୁରାସାନ ମଡ୍ୟୁଲ ନାମକ ଆତଙ୍କବାଦୀ ସଂଗଠନ ୧୫ ଅଗଷ୍ଟା ବେଳେ ବଡ ଧରଣର ଆକ୍ରମଣ କରିବା ଯୋଜନାରେ ରହିଛି।

Leave A Reply

Your email address will not be published.