Jai Odisha
News

ଦିଲ୍ଲୀ​‌ରେ ପ୍ରବଳ ବର୍ଷା; ବିମାନ ଉଡ଼ାଣ ବାଧାପ୍ରାପ୍ତ

ନୂଆଦିଲ୍ଲୀ,୨୩।୫:ଦିଲ୍ଲୀରେ ଆଜି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଫଳରେ ପ୍ରଚଣ୍ଡ ତାତିରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ରାଜଧାନୀ ଦିଲ୍ଲୀ​‌ରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି । ଖରାପ ପାଗ ଲାଗି ରହିଥିବାରୁ ବିମାନ ଉଡାଣରେ ବାଧାପ୍ରାପ୍ତ ସୃ​‌ଷ୍ଟି ହୋଇଛି । ପାଗକୁ ଦୃ​‌ଷ୍ଟିରେ ରଖି ବିଳମ୍ବରେ ବିମାନ ଚଳାଚଳ କରିବାକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ ବର୍ଷା ପବନ ଯୋଗୁଁ ଦିଲ୍ଲୀରେ କିଛି ସ୍ଥାନରେ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ିପଡ଼ିଥିବାର ମଧ୍ୟ ଦେଖାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ହୋଇଛି ।  ବର୍ଷା କାରଣରୁ ଏନସିଆରର କେତେକାଂଶ ସ୍ଥାନରେ ବିଦ୍ୟୁତ୍‌ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏଥି ସହିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.