Jai Odisha
News

ଦିଲ୍ଲୀରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ

ନୂଆଦିଲ୍ଲୀ ୦୭/ ୦୮: ଦିଲ୍ଲୀରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ |ରାଜଧାନୀ ଦିଲ୍ଲୀର ବାଟ୍‌ଲା ହାଉସରୁ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ଜଡ଼ିତ ଜଣେ ସନ୍ଦିଗ୍ଧକୁ ଏନଆଇଏ ଗିରଫ କରିଛି। ଗିରଫ ସନ୍ଦିଗ୍ଧ ଆଇଏଏସର ଜଣେ ବିଶ୍ବସ୍ତ ତଥା ସକ୍ରିୟ ସଦସ୍ୟ। ସନ୍ଦିଗ୍ଧର ନାଁ ମୋହସିନ୍ ଅହମ୍ମଦ ଓ ସେ ବିହାରର ବାସିନ୍ଦା ବୋଲି ଜଣାପଡିଛି। ଏବେ ଆଇଏସଆଇଏସର ଅନଲାଇନ୍ ପ୍ରଚାର ଚାଲୁଥିଲା। ଗତ କିଛିଦିନ ହେବ ସେ ବାଟଲା ହାଉସରେ ରହୁଥିଲା।  ସ୍ବାଧୀନତା ଦିବସ ପାଳନ ପାଇଁ ଭାରତରେ ଜୋରଦାର ପ୍ରସ୍ତୁତି ଚାଲିଛି । ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ଏଥିପାଇଁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କିନ୍ତୁ ଏହା ପୂର୍ବରୁ ଦିଲ୍ଲୀରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି । ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା (NIA)କୁ ମିଳିଛି ବଡ ସଫଳତା । ଦିଲ୍ଲୀରୁ ଜଣେ ଆଇଏସଆଇଏସ୍‌ ଆତଙ୍କବାଦୀକୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀର ନାଁ ମୋହସିନ ଅହମ୍ମଦ ବୋଲି ଜଣାପଡିଛି । ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ତେବେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଦିଲ୍ଲୀରୁ ସନ୍ଦିଗ୍ଧ ଅବସ୍ଥାରେ ଜଣେ ISIS ଆତଙ୍କବାଦୀକୁ ଗିରଫ କରାଯାଇଛି । ପୂର୍ବରୁ ଜୁନ ୨୫ ତାରିଖରେ ତା ନାଁ ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲା ଏନଆଇଏ । ଆଇପିସିର ଧାରା ୧୫୩ଏ ଏବଂ ୧୫୩ ବି, ୧୮, ୧୮ବି, ୩୮, ୩୯ ଏବଂ ୪୦ ଆଧାରରେ ମାମଲା ରୁଜୁ ହୋଇଥିଲା । ଗିରଫ ଆତଙ୍କବାଦୀ ଆଇଏସଆଇଏସର କଟ୍ଟରବାଦୀ ଏବଂ ସକ୍ରିୟ ସଦସ୍ୟ ଥିଲା ।କୌଣସି ସୂତ୍ରରୁ ଖବର ପାଇ ଏନଆଇଏର ଏକ ସ୍ବତନ୍ତ୍ର ଟିମ୍‌ ଦିଲ୍ଲୀ ସ୍ଥିତ ବାଟଲା ହାଉସର ଏକ ଘରେ ଚଢାଉ କରିଥିଲା । ସେଠାରେ ପୂର୍ବରୁ ଛପି ରହିଥିବା ଆତଙ୍କୀ ମୋହସିନକୁ କାବୁ କରିଥିଲେ ଏନଆଇଏ ଟିମ୍‌ । ଏହା ସହିତ ସେଠାରୁ ଆପତ୍ତିଜନକ ଦସ୍ତାବିଜ ଏବଂ ନକ୍ସା ମଧ୍ୟ ଜବତ କରିଛି । ଜାତୀୟ ତଦନ୍ତକାରୀ ସଂସ୍ଥା ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରି ପଚରାଉଚରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.