Jai Odisha
News

ଦିଲ୍ଲୀ ଜବତ ହେଲା ୨୦୦୦ ଅଫୁଟା ଗୁଳି

ନୂଆଦିଲ୍ଲୀ୧୨/୦୮: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ପୋଲିସ  ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା କାରବାରରେ ସାମିଲ୍ ଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨ ହଜାର ଅଫୁଟା ଗୁଳି ସହିତ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ଦିଲ୍ଲୀର ଆନନ୍ଦ ବିହାରରୁ ଦୁଇଟି ବ୍ୟାଗ ଅଫୁଟା ଗୁଳି ସହିତ ଗିରଫ କରାଯାଇଛି ।ଏହି ଘଟଣାରେ ଆଉ କିଏ ସାମଲି ଅଛନ୍ତି କି ନାହିଁ ତାର ମଧ୍ୟ ତଦନ୍ତ କରୁଛି ଦିଲ୍ଲୀ ପୋଲିସ । ତେବେ ଅଗଷ୍ଟ ୧୫ କୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା କଡାକଡି କରାଯାଇଛି । ପୋଲିସ ପାଟ୍ରୋଲିଂ ଏବଂ ଗାଡି ମୋଟର ଯାଞ୍ଚକୁ ମଧ୍ୟ ଜୋରଦାର କରାଯାଇଛି । ପୋଲିସ କହିଛି ଯେ ମେଟ୍ରୋ ଷ୍ଟେସନ, ରେଳ ଷ୍ଟେସନ, ବିମାନବନ୍ଦର ଏବଂ ବଜାର ସମେତ ଦିଲ୍ଲୀର ସମସ୍ତ ସମ୍ବେଦନଶୀଳ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ଏଥିସହ ଅଧିକାରୀ କହିଛନ୍ତି ଯେ ହୋଟେଲ, ପାର୍କିଂ ଏବଂ ରେଷ୍ଟୁରାଣ୍ଟକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି । ସେହିଭଳି ଭିକାରୀ ଏବଂ ଚାକରମାନଙ୍କର ଯାଞ୍ଚ କରାଯାଉଛି । ସ୍ୱାଧୀନତା ଦିବସ ଅବସରରେ ଲାଲ୍ କିଲ୍ଲା ଏବଂ କାର୍ଯ୍ୟକ୍ରମ ସ୍ଥଳକୁ ଯାଉଥିବା ମାର୍ଗରେ ୧୦ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଗୁପ୍ତଚର ବିଭାଗ ଏକ ସତର୍କ ସୂଚନା ଜାରି କରିଛି। ଏଜେନ୍ସି ଅନୁଯାୟୀ, ଆତଙ୍କବାଦୀ ସଂଗଠନ ଦିଲ୍ଲୀକୁ ଆତଙ୍କିତ କରିବାକୁ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.