Jai Odisha
News

ଦୁଇଦିନ ହେବ ଉପବାସ ପରେ ସ୍ୱାଭାବିକ୍ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର ୧୧/୦୮: ଦୁଇଦିନ ହେବ ଉପବାସ ପରେ ସ୍ୱାଭାବିକ୍ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି   । ଗତ ୯ ତାରିଖ ସନ୍ଧ୍ୟା ୪ ଟାରୁ ବନ୍ଦ ଥିଲା ନୀତି । ଏଥିପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କୁ ଉପାସରେ ରହିବାକୁ ପଡିଥିଲା । ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ପରେ ଗତକାଲି କୌଣସି ବି ନୀତିକାନ୍ତି ହୋଇନି। ଫଳରେ ଗତକାଲି ବାବାଙ୍କ ଚତୁର୍ଦ୍ଦଶୀ ତିଥିରେ ମହାଦୀପ ଉଠି ପାରି ନଥିଲା। ବର୍ଷ ବର୍ଷ ଧରି ଚାଲି ଆସିଥିବା ପରମ୍ପରା ଗତକାଲି ଭାଙ୍ଗିଛି ଏନେଇ ସୂଚନା ଦେଇଛନ୍ତି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚିକାନ୍ତ ପୂଜାପଣ୍ଡା ।  ଶ୍ରୀ ଲିଙ୍ଗରାଜଙ୍କ ପଇତା ନୀତିକୁ ନେଇ ଲାଗିରହିଥିଲା ବିବାଦ । ଖାଲି ସେତିକି ନୁହେଁ ମହାପ୍ରଭୁଙ୍କୁ ମଧ୍ୟ ଉପବାସ ରଖିଥିଲେ । ପୂଜାପଣ୍ଡା  ନିଯୋଗ   ଓ ବଡ଼ୁ ନିଯୋଗ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ ବହୁ ପୁରାତନ ପରମ୍ପରା ସମ୍ପନ୍ନ ହେବାରେ ବାଧା ହୋଇଥିଲା । ମଙ୍ଗଳବାର ଥିଲା ମହାପ୍ରଭୁଙ୍କ ପବିତ୍ରାରୋପଣ ନୀତିର ପ୍ରାକ୍‌ ପ୍ରସ୍ତୁତି କାର୍ଯ୍ୟ । ସେସବୁକୁ ସମ୍ପାଦନ କରାଯାଇନଥିଲା । ମଙ୍ଗଳବାର ସନ୍ଧ୍ୟାଧୂପ ପରେ ପବିତ୍ରାରୋପଣ ନୀତି ପାଇଁ ପଇତା ବିନ୍ଦୁସାଗରରେ ଧୁଆ ହୋଇ ଅଧିବାସ ଓ ପରେ ବଡ଼ସିଂହାର ନୀତି କରାଯିବାର କାର୍ଯ୍ୟକ୍ରମ ଥିଲା । ଏସବୁ ନ ହୋଇ ପାରିବା କାରଣରୁ ରାତି ୯ଟାରୁ ସମସ୍ତ ନୀତି ବନ୍ଦ ରହିଥିଲା । ଫଳରେ ବୁଧବାର ପବିତ୍ର ଶିବ ଚତୁର୍ଦ୍ଦଶୀରେ ଶ୍ରୀଜିଉଙ୍କଠାରେ ପଇତା ଲାଗି ହୋଇନିଥିଲା ।

Leave A Reply

Your email address will not be published.