Jai Odisha
News

ଦୁଇ ଦିନରେ ୭ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ବର,୦୯/୦୯:    ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ।  କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ନୂଆ ପ୍ରଭା ରୀ ସୁନୀଲ ବଂଶଲ ଆସି ଦଳକୁ ମଜଭୁତ କରିବାର ଗୁରୁମନ୍ତ୍ର ଦେଇଥିବା ବେଳେ ୨ ଦିନ ଭିତରେ ଓଡ଼ିଶା  ଆସିଛନ୍ତି ୭ କେନ୍ଦ୍ରମନ୍ତ୍ରୀ । ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ଆସନ୍ତାକାଲି ଓଡ଼ିଶା ଆସି ପହଞ୍ଚିବେ କେନ୍ଦ୍ର ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ। ବିଭିନ୍ନ ସଂସଦୀୟ କ୍ଷେତ୍ରକୁ ଫୋକସ କରିବ ବିଜେପି ।ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଦଳୀୟ ସଂଗଠନର ସମୀକ୍ଷା କରିବାର ଥିବା ବେଳେ ଅର୍ଜୁନ ମୁଣ୍ଡା ଯାଜପୁର ଯାଇ ସେଠାରେ ଦଳୀୟ କର୍ମୀଙ୍କୁ ଭେଟିବେ ।  ସେହିପରି କଟକରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦଳୀୟ ସଂଗଠନର ସମୀକ୍ଷା କରିବେ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ, ଭୂପେନ୍ଦ୍ର ଯାଦବ ମଧ୍ୟ ଭୁବନେଶ୍ୱର ଆସୁଛନ୍ତି । ଭୂପେନ୍ଦ୍ର ଯାଦବ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଆସନ୍ତାକାଲି କେନ୍ଦ୍ରାପଡ଼ା ଯାଇ ଦଳୀୟ ସଂଗଠନ କଥା ବୁଝିବେ ନିଶିଥ ପାରମାଣିକ ।  ସେହିପରି ଭୁବନେଶ୍ୱରରେ ଧର୍ମେନ୍ଦ୍ର ପ୍ରଧାନ ସଂଗଠନର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.