Jai Odisha
News

ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର,୨୪/୦୯: ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା |ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏନେଇ ଓଡିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚି ଦେଲା ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା 29 ତାରିଖ 10 ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠୁ ତାଙ୍କୁ ବିଶାଳ ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯିବ । ରାଜ୍ୟ କାର୍ଯ୍ୟାଳୟରୁ ଜନତା ମଇଦାନ ଯିବେ । ସେଠାରେ ଦିନ 11 ଟା ବେଳେ ଓଡ଼ିଶାର ପ୍ରତ୍ୟେକ ଶକ୍ତି କେନ୍ଦ୍ରର ତିନି ଜଣ ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ସମ୍ମିଳନୀ ରହିଛି । ସେଠାରେ ଜେପି ନଡ୍ଡା ଶକ୍ତି କେନ୍ଦ୍ରର ପ୍ରମୁଖ ମାନଙ୍କୁ ସମ୍ବୋଧିତ କରିବେ । ତାହା ପରେ ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ବୈଠକ ରହିଛି ।ଯେଉଁଥିରେ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି,ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ, ପ୍ରଭାରୀ ମାନଙ୍କ ସହ ଭିନ୍ନ ଭିନ୍ନ ପର୍ଯ୍ୟୟରେ ବୈଠକ କରିବେ । ଏହା ସହ ସାଙ୍ଗଠନିକ ବୈଠକ ବି ହେବ । ଏବଂ ସେହିଦିନ ରାତିରେ ପୁରୀ ଗସ୍ତ କରିବେ ଜେପି ନଡ୍ଡା । 30 ତାରିଖ ସକାଳେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ । ସେଠୁ ସିଧାସଳଖ ଭଦ୍ରକ ଧାମନଗର ଯିବେ । ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପରିବାରଙ୍କୁ ଭେଟିବେ ଜେପି ନଡ୍ଡା । ସେଠୁ ଫେରିବା ପରେ ଦିନ 11 ଟା ବେଳେ 7 ମୋର୍ଚ୍ଚାର ଜିଲ୍ଲା କମିଟିର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରିବେ । ଏହି ବୈଠକ ବି ଜନତା ମଇଦାନରେ ହେବ । ଯାହା କି ସଂଯୁକ୍ତ ମୋର୍ଚ୍ଚର ସମାବେଶ ହେବ । ସେହି ଦିନ ସନ୍ଧ୍ୟାରେ ହିଁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି

Leave A Reply

Your email address will not be published.