Jai Odisha
News

ଦୁଇ IAS ଅଧିକାରୀଙ୍କୁ କେନ୍ଦ୍ରରେ ନିଯୁକ୍ତି

ଭୁବନେଶ୍ୱର,୦୯/୦୨: ଓଡ଼ିଶା କ୍ୟାଡରର ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଛି । ସେମାନେ ହେଲେ ୧୯୯୦ ବ୍ୟାଚର ଦୁଇ ଅଧିକାରୀ ମନୋଜ ଆହୁଜା ଓ ଆରତୀ ଆହୁଜା । ମନୋଜଙ୍କୁ କେନ୍ଦ୍ରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଓଏସଡି ଭାବେ ଦାୟିତ୍ୱ ମିଳିଛି । ଆସନ୍ତା ମାର୍ଚ୍ଚ ୩୧ରେ ସେ ନୂତନ ଦାୟିତ୍ୱ ଗ୍ରହଣ କରିବେ । ସେହିପରି ଆରତୀଙ୍କୁ କେନ୍ଦ୍ର ରସାୟନ ଓ ପେଟ୍ରୋକେମିକାଲ୍ସ ବିଭାଗର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଏ ବାବଦରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି ।   ଆଇଏଏସ କ୍ୟାଡର ନିୟମ-୧୯୫୪ର ୬(୧)କୁ କେନ୍ଦ୍ର ସରକାର ସଂଶୋଧନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ନିୟମ କାର୍ଯ୍ୟକାରୀ ହେଲେ ରାଜ୍ୟମାନଙ୍କର ବିନା ଅନୁମତିରେ କେନ୍ଦ୍ର ସରକାର ପ୍ରଶାସନିକ ଅଧିକାରୀଙ୍କୁ ଡେପୁଟେସନରେ ନେଇପାରିବେ ।

Leave A Reply

Your email address will not be published.