Jai Odisha
News

ଦୁର୍ଘଟଣାରେ ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଦାସଙ୍କ ମୃତ୍ୟୁ

ଯାଜପୁର,୪।୨:  ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜ୍ଜୁନ ଚରଣ ଦାସଙ୍କର ମୃତ୍ୟୁ ଘଟିଛି ।ପୂର୍ବତନ ଯାଜପୁର ସାଂସଦ ଅନାଦି ଦାସଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବାଇକରେ ଯାଉଥିବା ବେଳେ ଯାଜପୁର ଖରସ୍ରୋତା ବ୍ରିଜ ଉପରେ ଶ୍ରୀ ଦାସ ଦୁର୍ଘଟଣା ଶିକାର ହୋଇଛନ୍ତି। ତାଙ୍କ ଉପରେ ଦ୍ରୁତଗତିରେ ଯାଉଥିବା ହାଇଓ୍ବା ମାଡ଼ି ଯାଇଥିବା କୁହାଯାଉଛି। ଏହି ଦୁର୍ଘଟଣାରେ ଅର୍ଜୁନ ଚରଣ ଦାସଙ୍କର ମୃତ୍ୟୁ ହୋଇଥିଲା ବେଳେ ତାଙ୍କର ସହଯୋଗୀ ଅନନ୍ତ ମହାନ୍ତି ଗୁରୁତର ହୋଇଛନ୍ତି। ଅନନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଖରସ୍ରୋତା ବ୍ରିଜ ଉପରେ ଅର୍ଜ୍ଜୁନଙ୍କୁ ହାଇୱା ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅର୍ଜ୍ଜୁନଙ୍କ ମୃତ୍ୟୁ ଘଟିଛି । ତେବେ ଯାଜପୁରର ପୂର୍ବତନ ସାଂସଦ ଅନାଦି ଦାସଙ୍କ ପୁଅ ହେଉଛନ୍ତି ଅର୍ଜ୍ଜୁନ ଚରଣ ଦାସ । ଖବର ଅନୁଯାୟୀ, ସେ ଆଜି ସକାଳେ ଖରସ୍ରୋତା ନଦୀ ବ୍ରିଜ ଦେଇ ମୋଟରସାଇକେଲରେ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲେ । ଠିକ ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ହାଇୱା ଟ୍ରକ ଅର୍ଜ୍ଜୁନଙ୍କୁ ଧକ୍କା ଦେଇଥିଲା । ସୂଚନା ମୁତାବକ, ଅର୍ଜ୍ଜୁନ ୧୯୯୫ ରୁ ୨୦୦୦ ମଧ୍ୟରେ ବିଞ୍ଜାରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ଥିଲେ ।

Leave A Reply

Your email address will not be published.