Jai Odisha
News

ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୬: ବାହାନଗା ଷ୍ଟେଶନ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସେହିପରି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରୁଥିବା ଜଣାପଡିଛି।ରେଳମନ୍ତ୍ରୀଙ୍କ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।   ଉଭୟ ମନ୍ତ୍ରୀ ଘଟଣାସ୍ଥଳରେ ଆଲୋଚନା କରିଛନ୍ତି । ପୋଲିସ ଅଧିିକାରୀଙ୍କ ସହ ଆଲୋଚନା କରୁଛନ୍ତି । ଏହା ସହ ଉଦ୍ଧାରକାରୀ ଦଳ ସହ ମଧ୍ୟ ଆଲୋଚନା କରୁଛନ୍ତି । ଜିଲ୍ଲା ପ୍ରଶାସନ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି । ଏହା ଆହତଙ୍କଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ମେଡିକାଲ ଓ ହସ୍ପିଟାଲରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ତଦାରଖ କରିବେ ମୁଖ୍ୟମନ୍ତ୍ରୀ । ଗତକାଲି ମଧ୍ୟ ଏସଆରସି କଣ୍ଟ୍ରୋଲ ରୁମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ । ରେଳ ବିଭାଗ ପକ୍ଷରୁ ମଧ୍ୟ ପ୍ରଚେଷ୍ଟା ଜାରି ରହିଛି । ଯଥାଶୀଘ୍ର ଟ୍ରେନ୍ ଲାଇନ୍ ସଫା କରାଯାଇ ଆଗାମୀ ଟ୍ରେନ୍ ଚଳାଚଳପ ପାଇଁ କର୍ଯ୍ୟ ଆରମ୍ଭ ହେବ|

Leave A Reply

Your email address will not be published.