Jai Odisha
News

ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ୨ ଯୁବକ

କଟକ,୧୪ା୨:କଟକ କନ୍ଦରପୁରରେ ଛାତିଥରା ଘଟଣା। ଜଳିଗଲା ବାଇକ, ଜିଅନ୍ତା ଜଳିଗଲେ ଦୁଇ ଯୁବକ। ତେଲ ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଇଥିଲା ବାଇକ। ଫଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ବାଇକ ଚାଳକ ଓ ବାଇକରେ ବସିଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଉଭୟଙ୍କ ପରିଚୟ ଏଯାଏଁ ସ୍ପଷ୍ଠ ହୋଇନାହିଁ। ବାଇକ ଚାଳକ ରାହାମା ଅଞ୍ଚଳର ବୋଲି ଜଣା ପଡ଼ିଛି।ଗତକାଲି ବିଳମ୍ବିତ ରାତିରେ କଟକ-ପାରାଦୀପ ରାସ୍ତା କନ୍ଦରପୁର ଟୋଲ୍‌ ଗେଟ୍ ଠାରେ ଏହି ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡ଼ରେ ଛିଡ଼ା ହୋଇଥିବା କଂକ୍ରିଟ ମିକ୍ସର ମେସିନ ସହ ବାଇକ୍‌ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଉଭୟ ମୃତକ ତିର୍ତ୍ତୋଲ ଅଞ୍ଚଳର।ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଦୁଇ ଯୁବକ ବାଇକ୍‌ରେ ପାରାଦୀପ ଅଭିମୁଖେ ଯାଉଥିବା ବେଳେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା କଂକ୍ରିଟ ମିକ୍ସର ମେସିନ ସହ ସେମାନଙ୍କର ବାଇକ୍‌ ଧକ୍କା ହୋଇଥିଲା। ଏହାପରେ ବାଇକ୍‌ରେ ନିଆଁ ଲାଗି ଯିବାରୁ ଯୁବକ ଦ୍ୱୟ ପୋଡ଼ି ହୋଇଯାଇଥିଲେ।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.