Jai Odisha
News

ଦୁର୍ନୀତିଗ୍ରସ୍ତ ୧୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,୦୧/ ୧୧:ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଦୁର୍ନୀତିଗ୍ରସ୍ତ ୧୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର।   କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦୁର୍ନୀତିଗ୍ରସ୍ତ ୧୪ଜଣ ଅଫିସର ମଧ୍ୟରୁ ୪ଜଣ ଅଫିସରଙ୍କୁ ବହିଷ୍କାର, ୪ଜଣଙ୍କୁ ଅବସର ଏବଂ ୬ଜଣଙ୍କ ସ୍ଥାୟୀ ଭାବେ ପେନସନ ବନ୍ଦ କରାଯାଇଛି। ଜଣେ ଅଧିକ୍ଷଣ ଯନ୍ତ୍ରୀ, ୨ ଜଣ ସହକାରୀ ଯନ୍ତ୍ରୀ, ଜଣେ ଡିଏସପି, ଜଣେ ସିଡିପିଓ, ଜଣେ ରେଞ୍ଜର, ଜଣେ ତହସିଲଦାର, ଜଣେ ବିଡିଓ, ୩ଜଣ ଜେଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି। ପୂର୍ବରୁ ୧୭୩ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ, ଏହି ୧୪ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୮୭ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୫T ଓ  ମୋ  ସରକାର ଉପକ୍ରମ ଜରିଆରେ  ମିଳିଥିବା  ଫିଡବ୍ୟାକ୍ ଭିତ୍ତିରେ ଏହି  କଠୋର  ପଦକ୍ଷେପ  ନିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୮୭ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ପେନ୍‌ସନକୁ ସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି।

Leave A Reply

Your email address will not be published.