Jai Odisha
News

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା: ଦୁଇ ଓ୍ୱେବ ସାମ୍ବାଦିକଙ୍କୁ ହାଜର ପାଇଁ ନୋଟିସ୍‌ କଲା ପୋଲିସ୍‌

କଟକ,୧୪/୯: ବହୁ ଚର୍ଚ୍ଚିତ ଦୁଷ୍ମନ୍ତ ଦାସ ମୃତୁ ଘଟଣା ରେ ସ୍ୱପ୍ନା ଟିଭି ନାମକ ଏକ ୱେବ ଚ୍ୟାନେଲ ର ଭୁବନେଶ୍ୱର ଅଞ୍ଚଳ ର ଦୁଇ ସାମ୍ବାଦିକ ଅସିତ କୁମାର ରାଉତ ଓ ଦୀପ୍ତି ଓରଫ ଦାମୋଦର ସେଠି ଙ୍କୁ ଆସନ୍ତା କାଲି ଜେରା ପାଇଁ ନୋଟିସ ଜାରି କଲା ମଙ୍ଗଳାବାଗ ଥାନା ପୁଲିସ । ସୂଚନା ଯୋଗ୍ୟ ବିଧାନସଭା ଆଗରେ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। । ପୋଷ୍ଟମର୍ଟମ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଥିଲା । ବୁଧବାର ବିଧାନସଭା ଆଗରେ ହାତ କାଟି, ବିଷ ପିଇଥିଲେ ଦୁଷ୍ମନ୍ତ ଦାସ। ସେପଟେ ଚିକିତ୍ସା ଅବହେଳା ଯୋଗୁ ପୁଅର ମୃତ୍ୟୁ ହୋଇଥିବା କହିଛନ୍ତି ଦୁଷ୍ମନ୍ତଙ୍କ ମାଆ। ହେଲେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ସିବି କର୍ତ୍ତୃପକ୍ଷ । ଏସ୍‌ସିବି ଜରୁରୀକାଳୀନ ଅଧିକାରୀ  ଭୁବନାନନ୍ଦ ମହାରଣା କହିଛନ୍ତି ଯେ, ଏକ ଦୁର୍ଘଟଣାଜନିତ କାରଣରୁ ସେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅପରେସନ କରାଯାଇଥିଲା ।ଅପରେସନ ପରେ ପିଜିଓଥେରାପିରେ ଚିକିତ୍ସା ମଧ୍ୟ କରାଯାଉଥିଲା । ଏସ୍‌ସିବିରେ ତାଙ୍କର ସମସ୍ତ ଚିକିତ୍ସା ମାଗଣାରେ କରାଯାଇଥିଲା ।ତେବେ ଗତ ୬ ତାରିଖରେ ସେ ଏମ୍ସକୁ ଯିବେ ବୋଲି ନିଜ ତରଫରୁ ଜଣାଇଥିଲେ । ତେଣୁ ଆମେ ତଙ୍କୁ ଛାଡିଥିଲୁ । ଗତକାଲି ହଠାତ୍ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରୁ ଏସ୍‌ସିବି ଅଣାଯାଇଥିଲା । ବିଷକ୍ରିୟା ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଦୁଷ୍ମନ୍ତଙ୍କୁ ବିଷ ପିଇବା ପାଇଁ କେହି ଉସ୍‌କାଇଥିବା ଅଭିଯୋଗ ହୋଇଥିଲା । ମଙ୍ଗଳାବାଗ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.