Jai Odisha
News

ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ୍‌ ବରୋଦା ମୁଖ୍ୟ ନିଯୁକ୍ତ

ଭୁବନେଶ୍ୱର,୧।୫:ବ୍ୟାଙ୍କ ଅଫ୍ ବରୋଦାର MD ଓ CEO ଭାବେ କାମ କରିବେ ଦେବଦତ୍ତ ଚାନ୍ଦ   । ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ହେଲେ ଓଡ଼ିଆ ପୁଅ ଦେବଦତ୍ତ ଚାନ୍ଦ (Debadatta Chand) । ୫୨ ବର୍ଷିୟ ଦେବଦତ୍ତ ଆସନ୍ତା ୩ ବର୍ଷ ଯାଏଁ ବ୍ୟାଙ୍କ ଅଫ ବରୋଦାର ଏମଡି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାମ କରିବେ । ବର୍ତ୍ତମାନ ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଥିବା ସଞ୍ଜିବ ଚଢ଼ାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍ ୩୦ରେ ଶେଷ ହେବ । ଏହାପରେ ଦାୟିତ୍ୱ ନେବେ ଦେବଦତ୍ତ ଚାନ୍ଦ । ସେ ଆସନ୍ତା ଜୁଲାଇ ପହିଲାରୁ ଦାୟିତ୍ବ ଗ୍ରହଣ କରିବେ। କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ସେ ୩ ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ କାମ କରିବେ।ଦେବଦତ୍ତ ଚାନ୍ଦଙ୍କ ଘର ବଲାଙ୍ଗିର ପ୍ୟାଲେସ ଲାଇନ ଅଞ୍ଚଳରେ। ବ୍ୟାଙ୍କିଂ ସେକ୍ଟରର ସହ ଦେବଦତ୍ତ ଚାନ୍ଦଙ୍କର ୨୭ ବର୍ଷର ଅଭିଜ୍ଞତା ରହିଛି । ୨୦୨୧ ମାର୍ଚ୍ଚରୁ ସେ ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି । ଏହାସହ କୋର୍ପୋରେ କ୍ରେଡିଟ, ଟ୍ରେଜରୀ ଓ ଅନ୍ତର୍ଜାତୀୟ ବ୍ୟବସାୟକ ଦାୟିତ୍ୱରେ ରହିଛନ୍ତି ଦେବଦତ୍ତ ଚାନ୍ଦ। ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେବା ପୂର୍ବରୁ ସେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ କାମ କରୁଥିଲେ ।ମୁମ୍ବାଇ ଜୋନର ମୁଖ୍ୟ ଭାବେ ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପାଇଁ କାମ କରୁଥିଲେ। ସେହିପରି ପାଟନାରେ ଥିବା ବ୍ୟାଙ୍କର ଜୋନାଲ ଅଡିଟ ଅଫିସର ମୁଖ୍ୟ ଓ ବରେଲୀରେ ସର୍କଲର ମୁଖ୍ୟ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି । ଦେବଦତ୍ତ ଚାନ୍ଦଙ୍କର ବିଟେକ, ଏମବିଏ ଓ ସିଏଆଇଇବି ଡିଗ୍ରୀ ହାସଲ କରିଛନ୍ତି । ଇକ୍ୱିଟି ରସିର୍ଚ୍ଚରେ ମଧ୍ୟ ସେ ପିଜି ଡିପ୍ଲୋମା ଡିଗ୍ରୀ କରିଛନ୍ତି ।ପାଟନାରେ ଥିବା ବ୍ୟାଙ୍କର ଜୋନାଲ ଅଡିଟ ଅଫିସର ମୁଖ୍ୟ ଓ ବରେଲୀରେ ସର୍କଲର ମୁଖ୍ୟ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ଶ୍ରୀ ଚାନ୍ଦ ବିଟେକ, ଏମବିଏ ଓ ସିଏଆଇଇବି ଡିଗ୍ରୀ ହାସଲ କରିଛନ୍ତି।

Leave A Reply

Your email address will not be published.