Jai Odisha
News

ଦେଶରେ ୨୪ ଘଣ୍ଟାରେ ୧୨,୭୫୧ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ , ୦୯/୦୮: ଦେଶରେ ଭାରତରେ ଗତ ୨୪ ଘଣ୍ଟାରେ ୧୨ ହଜାର ୭୫୧ ନୂଆ ମାମଲା ଚିହ୍ନଟ ହୋଇଛନ୍ତି। ଏହି ସମୟରେ କରୋନାରେ ୪୨ ଜଣଙ୍କ ଜୀବନ ଯାଇଛି। ଅନ୍ୟପଟେ ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୭୪,୬୫୦ ହୋଇଛି। ସେହିଭଳି ସକ୍ରିୟ ମାମଲା ସଂଖ୍ୟା ୧୩୧,୮୦୭ ହୋଇଛି। ଗତ ୨୪ ଘଣ୍ଟାରେ କରୋନାରୁ ୧୬୪୧୨ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୪୩,୫୧୬,୦୧୭ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିଭଳି ଦେଶରେ କରୋନାରେ ଜୀବନ ହାରିଥିବା ଲୋକଙ୍କ ସଂଖ୍ୟା ହେଉଛି ୫୨୬,୭୭୨।

Leave A Reply

Your email address will not be published.