Jai Odisha
News

ଦେଶରେ ୯୧ଟି FM ରେଡିଓ ପ୍ରସାରଣ କେନ୍ଦ୍ର ,ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୮।୪ : ଦେଶରେ ରେଡିଓ ସଂଯୋଗ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୯୧ଟି ଏଫଏମ ଟ୍ରାନ୍ସମିଟରର ଉଦଘାଟନ କରିଛନ୍ତି।  ଦେଶର ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୮୪ଟି ଜିଲ୍ଲାରେ ଏହି ଆକଶବାଣୀ ଏଫଏମ ରେଡିଓକୁ ସ୍ଥାପନ କରାଯାଇଛି । ଏହିସବୁ ଏଫଏମ ଟ୍ରାନ୍ସମିଟର ୧୦୦ ୱାଟ କ୍ଷମତା ସମ୍ପନ୍ନ ଅଟେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିଛନ୍ତି। ଏହି ଟ୍ରାନ୍ସମିଟରଗୁଡିକ ୧୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୮୪ଟି ଜିଲ୍ଲାରେ ସ୍ଥାପିତ ହୋଇଛି। ତେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ହରିୟାଣା, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କେରଳ, ଛତିଶଗଡ଼ ଓ ଲଦାଖରେ ଆକାଶବାଣୀର ଏଫଏମ ସେବା ଉପଲବ୍ଧ ହେବ । ଦେଶର ପାଖାପାଖି ୩୫ ହଜାର ବର୍ଗକିମି ଅଞ୍ଚଳରେ ଏହି ସେବା ମିଳିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ଏହି ସେବାର ଉଦଘାଟନ କରିଛନ୍ତି  ।ଏହି ପ୍ରକ୍ରିୟାରେ ଆକାଂକ୍ଷିତ ଜିଲ୍ଲା ଏବଂ ସୀମାନ୍ତ ଅଞ୍ଚଳରେ କଭରେଜ୍ ବୃଦ୍ଧି ପାଇଁ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ସରକାର ନିରନ୍ତର ଭାବେ ବୈଷୟିକ ଜ୍ଞାନକୌଶଳର ସରଳୀକରଣ କରୁଛନ୍ତି। ସେ କହିଛନ୍ତି, ରେଡ଼ିଓ ଏବେ ନୂଆ ଅବତାରରେ ଲୋକମାନଙ୍କ ପାଖରେ ପହଂଚି ପାରିଛି ଓ ଡିଜିଟାଲ ଭାରତ ମାଧ୍ୟମରେ ରେଡ଼ିଓ ନୂଆ ସ୍ରୋତାଙ୍କ ନିକଟତର ହୋଇପାରିଛି। ଏଫଏମକୁ ସୂଚନା ଓ ମନୋରଞ୍ଜନର ଏକ ବଳିଷ୍ଠ ମାଧ୍ୟମ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି ଯେ ସଠିକ ସମୟରେ ସୂଚନା ପ୍ରଦାନ, କୃଷି ପାଇଁ ପାଣିପାଗ ସମ୍ବନ୍ଧୀୟ ସୂଚନା ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ନିକଟତର କରାଇବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.