Jai Odisha
News

ଦେଶର ବିକାଶ ପାଇଁ ଯୁବବର୍ଗ ନିଶାମୁକ୍ତ ହେବା ନିତ୍ୟାନ୍ତ ଦରକାର

ନୂଆଦିଲ୍ଲୀ , ୩୦ା୭: `ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କଲେ  ପ୍ରଧାନମନ୍ତ୍ରୀ।  ଆମେରିକା ଭାରତକୁ ଶତାଧିକ ଦୁଷ୍ପ୍ରାପ୍ୟ ଓ ପ୍ରାଚୀନ କଳାକୃତି/ସାମଗ୍ରୀ ଭାରତକୁ ଫେରାଇ ଦେଇଥିବା କଥା ଆଜି ‘ମନ୍‌ କୀ ବାତ୍‌’ର ୧୦୩ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି, ଆମକୁ ଏହି ସବୁ ମୂଲ୍ୟବାନ ଐତିହ୍ୟ ଫେରସ୍ତ କରି ଥିବାରୁ ମୁଁ ଆମେରିକା ସରକାରଙ୍କ ନିକଟରେ କୃତଜ୍ଞ। ମୁଁ ୨୦୧୬ ଓ ୨୦୨୧ରେ ଆମେରିକା ଗସ୍ତ କରିଥିବା ବେଳେ ମଧ୍ୟ ଅନେକ କଳାକୃତି ଭାରତକୁ ଫେରସ୍ତ ମିଳିଥିଲା।ସ୍ଵାଧୀନତା ଦିବସକୁ ନେଇ `ମେରି ମାଟି, ମେରା ଦେଶ’ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। ସମସ୍ତଙ୍କୁ ମିଳିମିଶି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ଦେଲେ ଆହ୍ବାନ। ଦେଶ ସାମ୍ନା କରୁଥିବା ପ୍ରାକୃତିକ ବିପର୍ଯ୍ୟୟ କଥା କହିବା ସହ `ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏନଡିଆରଏଫ ଦୃଢତାର ସହ କାମ କରିଛି’ ତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ସମସ୍ତଙ୍କୁ ମିଳିମିଶି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ସେ ଆହ୍ବାନ ଜଣାଇଛନ୍ତି।ଦେଶ ପାଇଁ ଆତ୍ମବଳି ଦେଇଥିବା ଯବାନମାନଙ୍କ ସମ୍ମାନାର୍ଥେ ଦେଶରେ ‘ମେରି ମାଟି ମେରା ଦେଶ’ ଅଭିଯାନ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅଭିଯାନରେ ‘ଅମୃତ କଳସ ଯାତ୍ରା’ ଶୋଭାଯାତ୍ରାରେ ନିଆଯିବ। ଦେଶର ବିଭିନ୍ନ ପ୍ରାନ୍ତରୁ ୭,୫୦୦ କଳସରେ ମାଟି ଓ ଚାରା ଦିଲ୍ଲୀରେ ପହଞ୍ଚିବ।  ‘ଜାତୀୟ ଯୁଦ୍ଧ ସ୍ମାରକୀ’ ନିକଟରେ ଏହି ମାଟିରେ ତିଆରି ହେବ ‘ଅମୃତ ବାଟିକା’ ଏବଂ ସେଥିରେ ରୋପଣ କରାଯିବ ଉକ୍ତ କଳସରେ ଆସିଥିବା ଚାରା ସବୁ।`ଉତ୍ତରପ୍ରଦେଶ ଏବେ 30 କୋଟି ବୃକ୍ଷରୋପଣର ରେକର୍ଡ କରିଛି’ ବୋଲି ପିଏମ କହିଛନ୍ତି। ସେହିପରି `ଆମର ପର୍ବପର୍ବାଣି, ପରମ୍ପରା ଆମକୁ ଗତିଶୀଳ କରାଏ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। `ଆମ ସାଂସ୍କୃତିକ ଜନଜାଗରଣ ପାଇଁ ରୋଜଗାର ମଧ୍ୟ ବଢିଛି’। `ଆମେରିକାରୁ 2 ଜଣ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା କରିଛନ୍ତି’। `ସର୍ବଜନ ହିତାୟ ମନୋଭାବ ଭାରତୀୟଙ୍କ ଭାବନା ଏବଂ ଶକ୍ତି’। `ନିଜ କଳା ମାଧ୍ୟମରେ ମଧ୍ୟ ପ୍ରକୃତିର ସେବା କରିହେବ’। `ବିଦେଶରେ ଥିବା ଭାରତୀୟ କଳାକୃତି ସବୁ ଏବେ ଦେଶକୁ ଫେରୁଛି’। ସେପଟେ `ଦେଶକୁ ନିଶାମୁକ୍ତ କରିବା ପାଇଁ ଜୋରଦାର ଅଭିଯାନ ଜାରି ରହିଛି’। `ଡ୍ରଗ୍ସ ବିରୋଧରେ ବହୁତ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି’। `ଦେଶରେ 12 ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଡ୍ରଗ୍ସ ନଷ୍ଟ କରାଯାଇଛି’। `ଦେଶର ବିକାଶ ପାଇଁ ଯୁବବର୍ଗ ନିଶାମୁକ୍ତ ହେବା ନିତ୍ୟାନ୍ତ ଦରକାର’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଜଣାଇଛନ୍ତି।

Leave A Reply

Your email address will not be published.