Jai Odisha
News

ଦେଶର ସର୍ବବୃହତ୍‌ କନ୍‌ଭେନସନ୍‌ ସେଣ୍ଟର ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୨୬।୭: ଦିଲ୍ଲୀର ପ୍ରଗତି ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ବବୃହତ ଇଣ୍ଡିଆ ଟ୍ରେଡ୍‌ ପ୍ରମୋଶନ ଅର୍ଗାନାଇଜେସନ୍‌(ଆଇଟିପିଓ) କମ୍ପ୍ଲେକ୍ସକୁ ବୁଧବାର ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କନ୍‌ଭେନସନ୍‌ ସେଣ୍ଟରକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ଏହି ସେଣ୍ଟରର ନାମ ‘ଭାରତ ମଣ୍ଡପମ’ ରଖାଯାଇଛି। ୨୭୦୦ କୋଟି ଟଙ୍କା ବ୍ୟୟରେ ଏହି କମ୍ପ୍ଲେକ୍ସ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ପୂର୍ବରୁ ପ୍ରଗତି ମଇଦାନରେ ପହଞ୍ଚି ଡ୍ରୋନ ଉଡ଼ାଇ କନ୍‌ଭେନସନ୍‌ ସେଣ୍ଟରର ନାମ ଦେଖାଇଥିଲେ।ଅନ୍ତରାଷ୍ଟ୍ରୀୟ ଅତିଥିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ବିଶ୍ବସ୍ତରୀୟ ITPO କମ୍ପ୍ଲେକ୍ସ । ଦିଲ୍ଲୀର ପ୍ରଗତି ମୈଦାନରେ ୧୨୩ ଏକର ଜମିରେ ନିର୍ମାଣ ହୋଇଛି ଏହି କୋଠା । ଜି-20 ସମ୍ମିଳନୀକୁ ନଜରରେ ରଖି ବନିଥିବା ଏହି ଅତ୍ୟାଧୁନିକ ଅଟ୍ଟାଳିକାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜନ ହୋଇଛି ଭବ୍ୟ କାର୍ଯ୍ୟକ୍ରମ । ଏହି ଅବସରରେ ଜି-୨୦ ସମ୍ମିଳନୀର ଷ୍ଟାମ୍ପ ଏବଂ କଏନ ଲୋକାର୍ପଣର କାର୍ଯ୍ୟକ୍ରମ ରହିଛି । ଆଜି ଏହି କମ୍ପ୍ଲେକ୍ସ ପରିସରରେ ହୋମ ଜଜ୍ଞ କରିଛନ୍ତି ପ୍ରଧାନମନ୍ତ୍ରୀ ।  ଏହି ଅବସରରେ କମ୍ପ୍ଲେକ୍ସ ନିର୍ମାଣରେ ନିୟୋଜିତ କର୍ମଜୀବୀଙ୍କୁ ସମ୍ୱର୍ଦ୍ଧନା କରିଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ପିଏମଙ୍କଠୁ ସମ୍ବର୍ଦ୍ଧିତ ହେବା ପରେ ବେଶ ଖୁସି ବ୍ୟକ୍ତ କରିଛନ୍ତି କର୍ମଜୀବୀମାନେ । ଏହି ଏକ୍ସିବେସନ କମ କନଭେନସନ ସେଣ୍ଟରର ପୁନର୍ବିକାଶରେ ୨୭ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି ।

 

Leave A Reply

Your email address will not be published.