Jai Odisha
News

ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ,ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୬|୦୧: ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ,ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ |ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସେ ଟ୍ୱିଟ୍ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା । ଜୟ ହିନ୍ଦ । ସୂଚନାଯୋଗ୍ୟ, ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ। କୋଭିଡ କଟକଣା ଭିତରେ ସାରାଦେଶରେ ପତାକା ଉତ୍ତୋଳନ ହେବ। ଆଜି ଦିଲ୍ଲୀ ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିବେ। ତେବେ ଗତବର୍ଷ ପରି ଏଥର ମଧ୍ୟ କୌଣସି ଦେଶର ଅତିଥୀ ରହିବେ ନାହିଁ।ସାଧାରଣତନ୍ତ୍ର ଦିବସ ପାଇଁ     ଆଲୋକରେ ସଜେଇ ହୋଇଛି ଦିଲ୍ଲୀ। ସାଧାରଣତନ୍ତ୍ର ଦିବସ ପାଇଁ ଆଜି ପତାକା ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହିତ ତିନି ସେନାବାହିନୀର ମୁଖ୍ୟ ଏମିତି କିଛି ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ। କେବଳ ଯେଉଁମାନେ ଡବଲ ଡୋଜ ଟିକା ନେଇଛନ୍ତି ସେହିମାନେ ହିଁ ଆଜିର ଉତ୍ସବରେ ଯୋଗ ଦେଇପାରିବେ।

Leave A Reply

Your email address will not be published.