Jai Odisha
News

ଦୋଳ ପୂର୍ଣ୍ଣିମାରେ ରାଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ,୧୩/୦୩: ମାର୍ଚ୍ଚ ୧୮ରେ ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ଉତ୍ସବ ପାଳନ ହେବ । ଦୋଳ ପୂର୍ଣ୍ଣିମାରରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ଦୋଳ ପୂର୍ଣ୍ଣିମାରେ ରାଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏହି ଉତ୍ସବ ପାଇଁ ନୀତି ନିର୍ଘଣ୍ଟକୁ ଶନିବାର ଦିନ ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶା ନିଯୋଗ ଅନୁମୋଦନ ଦେଇଛି । ଦେଳ ପୂର୍ଣ୍ଣିମା ନୀତି ୧୮ ତାରିଖ ଭୋର ତିିନିଟାରୁ ଆରମ୍ଭ ହେବ । ଦୋଳ ପୂର୍ଣ୍ଣିମାରରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ (ସୁନାବେଶ) । ଏହି ବେଶକୁ ଭକ୍ତମାନେ ରାତି ୧୦ଟା ୩୫ ମିନିଟ ପର୍ଯ୍ୟନ୍ତ ଦର୍ଶନ କରି ପାରିବେ । ଅନ୍ୟ ଅର୍ଥରେ ବେଶ ମଇଲମ ନୀତି ଏହି ସମୟରେ ସମ୍ପାଦନ ହେବ । ଦୋଳ ଠାକୁର ବି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ମୁତାବକ ଦୋଳବେଦିକୁ ବିଜେ କରି ସର୍ବସାଧାରଣଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି ।

Leave A Reply

Your email address will not be published.