Jai Odisha
News

ଦ୍ବିତୀୟ ଦିନିକିଆ: ୧୧୭ରେ ଅଲ୍‌ଆଉଟ୍‌ ଭାରତ

ବିଶାଖାପାଟଣା,୧୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ  ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ୧୧୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଫଳରେ ଅଷ୍ଟ୍ରେଲିଆକୁ ୧୧୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୬ ଓଭରରେ ୧୧୭ ରନରେ ଅଲଆଉଟ୍‌ ହୋଇଛି। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ସ୍କୋର ବିରାଟ କୋହଲି କରିଥିଲେ। ସେ ୩୫ ବଲ୍‌ରୁ ୩୧ ରନ୍‌ କରିଥିଲେ। ସେହିପରି ଅକ୍ଷର ପଟେଲ ୨୯, ରବିନ୍ଦ୍ର ଜାଡେଜା ୧୬, ରୋହିତ ଶର୍ମା ୧୩ ରନ୍‌ ସୌକାର କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ଷ୍ଟ୍ରାକ୍‌ ୫ଟି ଉଇକେଟ୍‌ ନେଇଥିବା ବେଳେ ସିନ୍‌ ଆବୋଟ ୩ ଏବଂ ନାଥନ ଏଲିସ ୨ଟି ଉଇକେଟ୍‌ ନେଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଏହା ଭାରତର ତୃତୀୟ ସର୍ବନିମ୍ନ ସ୍କୋର। ୧୯୮୧ରେ, ଭାରତୀୟ ଦଳ ସିଡନୀରେ ୬୩ ରନ ଏବଂ ୨୦୦୦ରେ ସିଡନୀରେ ୧୦୦ରନ ସ୍କୋର କରିପାରନ୍ତି।ଦଳ ପକ୍ଷରୁ ଷ୍ଟାର୍କ ୫ଟି ୱିକେଟ ନେଇଥିବା ବେଳେ ସେନ ଆବୋଟ ୩ଟି ଓ ଏଲିସ ୨ଟି ସଫଳତା ପାଇଛନ୍ତି। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୩୧ ରନ କରିଥିବା ବେଳେ ଅକ୍ଷର ପଟେଲ ୨୯, ରବୀନ୍ଦ୍ର ଜାଡେଜା ୧୬ ଓ ରୋହିତ ଶର୍ମା କେବଳ ୧୩ ରନ କରିଛନ୍ତି। ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୩ ରନ୍‌ ସଂଗ୍ରହ କରିଥିଲେ

Leave A Reply

Your email address will not be published.