Jai Odisha
News

ଦ୍ୱାଦଶ ଓ ଏକାଦଶ ପିଲାଙ୍କ ଦୈନିକ ଉପସ୍ଥାପନ ଅପଲୋଡ଼୍ ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର, ୦୨।୦୨: କରୋନା ମହାମାରୀ ର ଭାବେ  ପ୍ରଥମ ଲହର, ଦ୍ଵିତୀୟ ଲହର ଏବଂ ପୁଣି ତୃତୀୟ ଲହର କାରଣରୁ ସ୍କୁଲ ଏବଂ କଲେଜ୍ ପାଠପଢା ସ୍ଵାଭାବିକ ଅବସ୍ଥାକୁ ଫେରି ପାରିନାହିଁ।  ତେଣୁ ଅନଲାଇନ୍‌ରେ ପାଠପଢା ଉପରେ ଗୁରୁତ୍ଵାରୋପ କରାଯାଇଛି। ତେବେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍‌ କ୍ଲାସ୍ କରୁଥିବା ପିଲାଙ୍କ ଉପସ୍ଥାନ ସ୍କୁଲ ଅଧ୍ୟକ୍ଷଙ୍କୁ  ନିର୍ଦ୍ଦେଶ ଦିଆଯାଇଛି। ଦ୍ୱାଦଶ ଓ ଏକାଦଶ ପିଲାଙ୍କ ଦୈନିକ ଉପସ୍ଥାପନ ଅପଲୋଡ଼୍ ହେବା ପାଇଁ ନିର୍ଦ୍ଦେଶ ଦେଲେ ଡ଼ିଏଚଏସଇ । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ କେତେ ପିଲା ଅନଲାଇନ ଓ ଅଫଲାଇନ କ୍ଲାସ୍ ଆଟେଣ୍ଡ କରୁଛନ୍ତି ତାର ତଥ୍ୟ ପଠାଇବେ ସ୍କୁଲ ପ୍ରିନ୍ସିପାଲ। ପ୍ରତିଦିନ ୪ଟା ସୁଦ୍ଧା ତଥ୍ୟ ପଠାଇବେ। ଏଥିପାଇଁ  DHSEର HSS e-spaceରେ ଲଗଇନ୍ କରି ଅପଡେଟ୍ କରିବେ। ଏନେଇ ଡିଏଚଇ ପକ୍ଷରୁ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାହୋଇଛି। ନିୟମିତ ଉପସ୍ଥାନ ତଥ୍ୟ ନଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।  ନିଦ୍ଦିଷ୍ଟ ଫର୍ମାଟରେ ଦୈନିକ ଅପରାହ୍ନ ୪ଟା ସୁଦ୍ଧା ଅପଲୋଡ଼୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଡ଼ିଏଚଏସଇ ପକ୍ଷରୁ ଚିଠି ପ୍ରଦାନ କରାଯାଇଛି ।

 

 

Leave A Reply

Your email address will not be published.