Jai Odisha
News

ଧବଳେଶ୍ବରଙ୍କ ପାଖରେ ଲାଗି ହେଲା ଗଜଭୋଗ

କଟକ ୦୭/୧୧: ଆଜି ବାବା ବଡସିଂହାର ସହ ରାଜେରାଜଶ୍ବର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।  ବଡ଼ଓଷା ରେ ଭକ୍ତବିନା ପୀଠ  ରେ ଖାଁ ଖାଁ ପରିବେଶ ।ଆଜି ବଡ଼ଓଷାରେ ଏଲ୍‌ଇଡି ପରଦାରେ ବାବା ଧବଳେଶ୍ବରଙ୍କ ବଡ଼ସିଂହାର ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ପ୍ରସିଦ୍ଧ ଗଜଭୋଗ ପ୍ରସ୍ତୁତି ଚାଲିଛି। ଅଥାର ବସିଛି, ରାତିର ତୃତୀୟ ପ୍ରହରରେ, ରାତି ପ୍ରାୟ ୩ଟାରେ ଗଜଭୋଗ ଅର୍ପଣ କରାଯିବ। ଏହାପରେ ପରେ ଗଜଭୋଗ ବିତରଣ ହେବ। ମନ୍ଦିରର ପୂଜକ ବା ନନାମାନଙ୍କ ମାଧ୍ୟମରେ ଶ୍ରଦ୍ଧାଳୁ ଗଜଭୋଗ ପାଇବେ। ଅନ୍ୟପ‌ଟେ ରବିବାର ଦିନ କେନ୍ଦୁଝର, ବାଲେଶ୍ବର ତଥା ରାଜ୍ୟର ଅନ୍ୟାନ୍ୟ ପ୍ରାନ୍ତରୁ ମାନସିକ ପୂରଣ ହୋଇଥିବା ଶ୍ରଦ୍ଧାଳୁମାନେ ଗଜ ଉଝେଇବା ପାଇଁ ଧବଳେଶ୍ବରରେ ପହଞ୍ଚିଥିଲେ ହେଁ ଠାକୁରଙ୍କୁ ସ୍ବଚକ୍ଷୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ପୀଠରେ ୧୪୪ ଧାରା  ଲାଗୁ ସହ ମୂଖ୍ୟ ରାସ୍ତା ପାଖରେ  ପରଦାରେ ପାଖରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।ପ୍ରଶାସନ ପକ୍ଷରୁ ଭୋର୍‌ ସାଢ଼େ ୪ଟାରୁ ଠାକୁରଙ୍କ ଦର୍ଶନର ସିଧାପ୍ରସାରଣ ଉଭୟ ଏଲ୍‌ଇଡି ଓ ୟୁ-ଟ୍ୟୁବ୍‌ ମାଧ୍ୟମରେ ଜାରି ରହିଛି।ଧବଳେଶ୍ବରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ ।  ପୂଜକ ସମାଜ ପକ୍ଷରୁ ସ୍ବତନ୍ତ୍ର ନୀତିକାନ୍ତି କରାଯାଇ  ମଧ୍ୟ ରାତ୍ରୀରେ ତ୍ରୟୋଦଶୀ ଚତୁର୍ଦ୍ଦଶୀ ସନ୍ଧି କ୍ଷଣରେ ଏହି ଗଜ ଭୋଗ ଓ ତରଣ ବିଶ୍ବର କଲ୍ୟାଣ ପାଇଁ ମହାଦେବଙ୍କୁ ଅର୍ପଣ କରାଯାଇଛି।

 

Leave A Reply

Your email address will not be published.