Jai Odisha
News

ଧାମନଗର ଉପନିର୍ବାଚନ:ଭର୍ଚୁଆଲ ମାଧ୍ୟମରେ ପ୍ରଚାରକୁ ଓହ୍ଲାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭଦ୍ରକ,୩୧/୧୦: ଆଜି ଧାମନଗର ଉପନିର୍ବାଚନ ପାଇଁ ଭର୍ଚୁଆଲ ମାଧ୍ୟମରେ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬ଟି ଯାକ ଜିଲ୍ଲା ପରି‌ଷଦ ଜୋନ୍‌ରେ ଏଲ୍‌ଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରର ପ୍ରସାରଣ କରାଯିବ। ଆଜି ଭିସି ଜରିଆରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ। ଭୋଟକୁ ଆଉ ମଝିରେ 2ଦିନ ବାକି ଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି ପ୍ରମୁଖ ରାଜନୈତିକ ଦଳ। ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଶୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୟୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନ ଧରି ବିଶାଳ ପଦଯାତ୍ରା କରିବା ସହିତ ଭୋଟଭିକ୍ଷା କରିଛନ୍ତି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ପାଇଁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବହୁ ହେଭିୱେଟ୍‌ ନେତା ଦୁଇଦିନ ଧରି ମାରାଥନ୍‌ ପ୍ରଚାର କରିବାପରେ ଆଜି   ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭର୍ଚୁଆଲ୍‌ ମାଧ୍ୟମରେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ।   ଏଥିପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନିର୍ବାଚନ ମଣ୍ଡଳୀର ୧୬ଟି ସ୍ଥାନରେ ଲାଗିଛି ଏଲଇଡି ।   ଏହି ୬ଟି ଜୋନ୍‌ରେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀଙ୍କ ସମାବେଶ ଲାଗି ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରତି ପଞ୍ଚାୟତ ଓ ଗାଁରୁ ଲୋକମାନେ ଯେପରି ମୁଖ୍ୟମନ୍ତ୍ରୀଙ୍କ ଆଭାସି ପ୍ରଚାର କାର୍ଯ୍ୟକ୍ରମରେ ଯୋଡ଼ି ହେବେ, ସେ ନେଇ ଦଳର ସବୁ ନେତା ଲାଗିପଡ଼ିଛନ୍ତି।

Leave A Reply

Your email address will not be published.