Jai Odisha
News

ଧାମନଗର ଉପନିର୍ବାଚନ : ଅଭିଯୋଗ ଆସିଲେ ୧୦୦ ମିନିଟ୍ ଭିତରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର, ୨୭।୧୦: ଧାମନଗର ଉପନିର୍ବାଚନ ପାଇଁ ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ବିଧିକୁ ନେଇ ମୁଖ୍ୟ ନିର୍ବାଚନ କମିଶନର କଠୋର ହୋଇଛନ୍ତି। ରାଜନୈତିକ ଦଳ ଓ କର୍ମୀ ଆଦର୍ଶ ଆଚରଣ ବିଧି ମାନନ୍ତୁ ନଚେତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଇଓ ଚେତାବନୀ ଦେଇଛନ୍ତି।ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ସିଇଓ ବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । ଆଜି ଏକ ପ୍ରେସ୍‌ମିଟ୍‌ କରି ସେ ଏଭଳି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଭୋଟରଙ୍କୁ ଲାଞ୍ଚ ଯାଚିବା, ଧମକାଇବା କିମ୍ବା ପ୍ରଲୋଭନ ଦେଖାଇବା ହେଉଛି ବଡ଼ ଅପରାଧ । ଏଭଳି ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସେ କହିଛନ୍ତି, ନିର୍ବାଚନ କମିଶନଙ୍କ ସିଭିଜିଲ ଆପ୍ ମାଧ୍ୟମରେ ସମସ୍ତେ ଅଭିଯୋଗ କରିପାରିବେ । ଅଭିଯୋଗର ୧୦୦ ମିନିଟ ଭିତରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୋଟର ମାନକୁ ଅର୍ଥ ଦେବା, ଭୋଟ ପାଇଁ ଧମକାଇବା ଏହା  ଭୋଟ ଦେବା ସମୟରେ ଲୋକଙ୍କୁ ପ୍ରଭାବିତ କରିବ। ଏଥିରୁ  ରାଜନୈତିକ ଦଳ ଓ କର୍ମୀ ଦୁରେଇ ରୁହନ୍ତି।  ନଚେତ  ନିୟମ ଅନୁସାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ।ଏନେଇ  ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ  କରାଯାଇଛି।  କୌଣସି ଦଳ ବା କର୍ମୀ  ବେଆଇନ କାର୍ଯ୍ୟ କରୁଥିଲେ ଲୋକମାନେ ସି ଭିଜିଲ ଆପ ମାଧ୍ୟମରେ ଅଭିଯୋଗ କରିପାରିବେ।   ଅଭିଯୋଗ ଆସିବାର ୧୦୦  ମିନିଟ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ।ବର୍ତ୍ତମାନ ସୁଦ୍ଧା ସି ଭିଜିଲ ଆପ ଜରିଆରେ ୬ ଟି ଅଭିଯୋଗ ଆସିଛି। ବର୍ତ୍ତମାନ ସୁଦ୍ଧା ୧୦୨ଟି  ଅଭିଯୋଗ ଆସିଛି। ୨୧୬ ଜଣଙ୍କୁ  ଗିରଫ କରାଯାଇଛି  ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.