Jai Odisha
News

ଧାମନଗର ଉପନିର୍ବାଚନ, ସୂର୍ଯ୍ୟବଂଶୀଙ୍କ ପାଇଁ ପଦଯାତ୍ରା କରିବେ ଧର୍ମେନ୍ଦ୍ର

ଦୁଇଦିନ ପଦଯାତ୍ରା ମାଧ୍ୟମରେ ପ୍ରଚାର କରିବେ

ଭୁବନେଶ୍ୱର,୨୮/୧୦: ଆଜି ପ୍ରଚାର ମୈଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ କରିବେ ଭୋଟ୍ ଭିକ୍ଷା ।୨୮ ଓ ୨୯ ତାରିଖ ଦୁଇ ଦିନ ଧାମନଗରରେ ଘରକୁ ଘର ବୁଲି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।  ଧାମନଗର ବ୍ଲକର ଦୋବଲ ବଜାରରୁ ପଦଯାତ୍ରା ଆରମ୍ଭ କରି ଧାମନଗର ଏନଏସି ମେଡିକାଲ ବଜାର, କୋଠାର ପଞ୍ଚାୟତର କୋଠାର ଛକ ଏବଂ ଅସୁରାଳୀରେ ପ୍ରଚାର କରିବେ।   ପରେ ସହିଦନଗର ସ୍ଥିତ ଲୁଣିଆ ସହିଦ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ସେହି ସ୍ଥାନରେ ଶ୍ରୀ ପ୍ରଧାନଙ୍କ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଅକ୍ଟୋବର ୨୯ରେ ତିହିଡି ବ୍ଲକର ପାଳିଆ ବଜାର, ଗୌମାଳା ଓ ବୋଡାକ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପଦଯାତ୍ରା ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସାଧାରଣ ଲୋକଙ୍କୁ ଭେଟି ବିଜେପି ପାଇଁ ସମର୍ଥନ ଲୋଡିବେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

 

 

Leave A Reply

Your email address will not be published.