Jai Odisha
News

ନଦୀରୁ ଝାମ୍ପିଲା କୁମ୍ଭୀର ,ଅଳ୍ପକେ ବର୍ତ୍ତିଲା ଜୀବନ

କେନ୍ଦ୍ରାପଡ଼ା,୧୭/୯ :ନଦୀରୁ ଝାମ୍ପିଲା କୁମ୍ଭୀର ,ଅଳ୍ପକେ ବର୍ତ୍ତିଲା ଜୀବନ| ଶୌଚ ହେବାକୁ ଯାଇଥିବା ସମୟରେ ବ୍ରାହ୍ମଣୀ ନଦୀରୁ ଝାମ୍ପିଲା କୁମ୍ଭୀର ।   ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କ କଟକ ସ୍ଥାନାନ୍ତର । ଗୁରୁତର ହେଲେ ନିମପୁର ଗାଁର ବବୃ ବାହାନ ଭୂୟାଁ ।  ସକାଳେ ବବୃବାହାନ ବ୍ରାହ୍ମଣୀ ନଦୀ ନିମପୁର ପାଖକୁ ଶୌଚ ହେବାକୁ ଯାଇଥିଲେ । ହଠାତ ଏହି ସମୟରେ ପଛ ପଟୁ ଏକ କୁମ୍ଭୀର ଝାମ୍ପିଥିଲା ଓ ପାଣି ଭିତରକୁ ନେବାକୁ ଚେଷ୍ଟା କରିଥିଲା । କିନ୍ତୁ ସେ ନିଜ ବୁଦ୍ଧି ଖଟାଇ ଉପରକୁ ଚାଲିଆସିଥିଲେ । ତେବେ ତାଙ୍କୁ ଗଭୀର ଆଘାତ ଲାଗିଥିବାବେଳେ ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.