Jai Odisha
News

ନଦୀରେ ବୁଡି ବୁଟିଆଗୁଡା ଗ୍ରାମର ଦୁଇ ବର୍ଷର ଶିଶୁ ମୃତ୍ୟୁ

 

ନବରଙ୍ଗପୁର ,,୧୫।୩’- ଡାବୁଗାଁ ବ୍ଲକ ବୁଟିଆଗୁଡା ଗ୍ରମାରେ ଘଟିଯାଇଛି ଏକ ଦୁଃଖଦ ଘଟଣା ସୂଚନାଯୋଗ୍ୟ:- ଆଜି ଅପରାହ୍ନରେ ମାଁ ବାପାଙ୍କ ଅବହେଳା ଯୋଗୁଁ ନଦୀରେ ବୁଡି ବୁଟିଆଗୁଡା ଗ୍ରାମର ଜଣେ ଦୁଇ ବର୍ଷ ଶିଶୁର ମୃତ୍ୟୁ ଘୋଟି ଯାଇଛି। ଶିଶୁଟି ବହୁ ସମୟରୁ ନିଖଜ ଥିବା ପରେ ଆଖ ପାଖ ଅଞ୍ଚଳରେ ଖଜାଖାଜି କରିଥିଲେ ହେଲେ କଣସି ସନ୍ଧାନ ମିଳିନ ଥିଲା । ବହୁ ସମୟପରେ ଜଣାପଡିଲା ଯେ ଘରର କିଛିଦୂରରେ ଥିବା ନଦୀରେ ଶିଶୁଟି ପାଣିରେ ପଡି ଯାଇଥିଲା।ଏହା ପରେ ଶିଶୁର ମୃତ ଦେହ ଡାବୁଗାଁ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକକୁ ଅଣାଯାଇ ଥିଲା। ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଘୋଷଣା ବିଷୟରେ ପରିବାର ବର୍ଗ ଡାବୁଗାଁ ଥାନାରେ ଲିଖିତ ଭାବରେ ସୂଚନା ଦେଇଥିବା ଜଣାପଡ଼ିଛି।ବର୍ତ୍ତମାନ ପୋଲିସ ର ତଦନ୍ତ ପରେ ପ୍ରକୃତ ଘିଟଣାଟି ଜଣାପଡିବ।ମିଳିଥିବା ସୂଚନାପ୍ରକାରେ ବର୍ତ୍ତମାନ ମୃତ ଦେହକୁ ଡାବୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୋବବ୍ୟବଛେଦ ପାଇଁ ରଖା ଯାଇଛି ସନ୍ଧ୍ୟା ହୋଇ ଯାଇଥିବାରୁ କଲି ଶୋବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ।

Leave A Reply

Your email address will not be published.